ବାରିପଦା ଅର୍ବାନ ବ୍ୟାଙ୍କ : ଜମା ଟଙ୍କା ଫେରସ୍ତ ଲାଗି ଗହଳି

ବାରିପଦା: ସ୍ଥାନୀୟ ସମବାୟ ବ୍ୟାଙ୍କ ଭାବରେ ସାରା ଓଡିଶାରେ ବାରିପଦା ଅର୍ବାନ କୋପରେଟିଭ ବ୍ୟାଙ୍କର ସୁନାମ ଥିଲା ବେଶ ନିଆରା ତେବେ ୨୦୧୪ ମସିହାରେ ବାରିପଦା ଅର୍ବାନ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ କଟକଣା ଲଗାଇବା ପରେ ବ୍ୟାଙ୍କର ସମସ୍ତ କାରବାର ବନ୍ଦ ହୋଇଯାଇଥିଲା । ଫଳରେ ବ୍ୟାଙ୍କର

ଅତ୍ୟାବଶ୍ୟକ ସମାଗ୍ରୀରୁ ହଟିଲା ଫେସ୍ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର

ନୂଆଦିଲ୍ଲୀ- ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ ହେଲା ଫେସ୍ ମାସ୍କ ଓ ସାନିଟାଇଜର । ଖାଦ୍ୟ ଏବଂ ଖାଉଟି ବ୍ୟାପାର ମନ୍ତ୍ରାଳୟ ଏହି ନିଷ୍ପତି ନେଇଛି । ମନ୍ତ୍ରଳାୟ ପକ୍ଷରୁ କୁହାଯାଇଛି ଯେ, ଫେସ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜର ଉପଲବ୍ଧାତା କିମ୍ବା ସୁଲଭତା ସମ୍ପର୍କରେ ରାଜ୍ୟରୁ କୌଣସି ଅଭିଯୋଗ

କୋଭିଡ ଯୋଦ୍ଧା ମୃତ ଶିକ୍ଷକଙ୍କ ପରିବାରକୁ ୫୦ ଲକ୍ଷ ସହାୟତା ଦାବି

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଲଛମନପଲ୍ଲୀ ଗ୍ରାମର କେ.ରାଇସିଙ୍ଗା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ସୁଦ୍ଧାର୍ଥ ଶଙ୍କର ପାଢୀ ଓ କବିସୂର୍ଯ୍ୟନଗର ଏସ୍.ପଙ୍କନବାଡ଼ି ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ସୀମାଞ୍ଚଳ ଶତପଥୀ ଏକମାସ ଧରି ସଙ୍ଗରୋଧ

ନୀଳାଚଳ ଇସ୍ପାତକୁ ପୁନରୁଦ୍ଧାର କର

ଭୁବନେଶ୍ୱର: ଓଡ଼ିଶା ଗୌରବ ଭାବେ ପରିଚିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍ଆଇଏନ୍ଏଲ୍) ଏବେ ଘୋର ସଙ୍କଟ ଦେଇ ଗତି କରୁଛି । ମାର୍ଚ୍ଚ ୨୭ ତାରିଖରୁ ଏହାର ସମସ୍ତ ୟୁନିଟ୍ ବନ୍ଦ ରହିଛି । କର୍ମଚାରୀମାନେ ସେମାନଙ୍କ ବେତନ ପାଇନାହାନ୍ତି । ଏଣୁ ଏହାର ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଅ ।

ବିଷ୍ଣୁଙ୍କ ଶେଷକୃତ୍ୟ ସ୍ୱର୍ଗଦ୍ୱାରରେ ସଂପନ୍ନ

ଜଗତସିଂହପୁର: ପରଲୋକ ଗତ ବିଜେଡିର ବରିଷ୍ଠ ବିଧାୟକ ବିଷ୍ଣୃଚରଣ ସେଠୀଙ୍କ ଶେଷକୃତ୍ୟ ଆଜି ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଛି । ସମଗ୍ର ଉପକୁଳବର୍ତୀ ଅଞ୍ଚଳରେ ଦଳିତ, ନିଷ୍ପେସିତ ଜନସାଧାରଣଙ୍କ ନେତା ଭାବରେ ଏବଂ ଜଗତସିଂହପୁର ମାଟି, ପାଣି ପବନ ସହ ଭାଗି ହେଉଥିବା ମନ୍ତ୍ରୀ, ସାଂସଦ, ବିଧାୟକ,

କରୋନା କଟକଣା ଉଲଂଘନ ମନ୍ଦିର ପୁଜକଙ୍କୁ ଉଠାଇନେଲା ପୋଲିସ

ଚମ୍ପୁଆ: କରେନା ଦିନକୁ ଦିନ ବେକାବୁ ହୋଇ ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବିଭିନ୍ନ କଟକଣା ଜାରି କରିଛନ୍ତି । ରାଜ୍ୟର ସମସ୍ତ ମନ୍ଦିର, ଐତିହ୍ୟ କୀର୍ତିରାଜି, ଶିକ୍ଷାନୁଷ୍ଠାନ ଭଳି ଗହଳି ପୁର୍ଣ୍ଣ ସ୍ଥାନ ଗୁଡିକ ବନ୍ଦ କରିବା ପାଇଁ ନିର୍ଦେଶ ଜାରି କରିଛନ୍ତି । ଏହା

ରାଜଧାନୀରେ ୫ ହଜାର ଆଂଟିଜେନ୍ ଟେଷ୍ଟ କିଟ୍

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେବ ଆଂଟିଜେନ୍ କରୋନା ପରୀକ୍ଷା । ଆଜି ଏଥିପାଇଁ ୫ ହଜାର ରା଼ପୀଡ଼ ଆଂଟିଜେନ୍ କିଟ୍ ଆସି ଭୁବନେଶ୍ୱରରେ ପହଂଚିଛି । ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଂଟର (ଆରଏସ୍ଆରସି) ଭୁବନେଶ୍ୱର ନିର୍ଦେଶକ ଡାକ୍ତର ସଂଘମିତ୍ରା ପତି ଏ ନେଇ ସୂଚନା ଦେଇଛନ୍ତି । ଡାକ୍ତର

୨୦୨୨ ସୁଦ୍ଧା ମିଳିବ ୧୫୦୦ ମେଗାୱାଟ୍ ସୌର ବିଜୁଳି

ଭୁବନେଶ୍ୱର: ବିଦ୍ୟୁତ ଚାହିଦା ପୂରଣ ପାଇଁ ସବୁଜ ଶକ୍ତି ଉତ୍ପାଦନ ଉପରେ ଏବେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ବାୟୁମଣ୍ଡଳରେ ଅଙ୍ଗାରକମ୍ଳ ପରିମାଣ ହ୍ରାସ ପାଇଁ ଏଣିକି ସବୁଜ ଶକ୍ତି ଉତ୍ପାଦନ ବୃଦ୍ଧି କରାଯିବ । ଆସନ୍ତା ୨୦୨୨ ସୁଦ୍ଧା ରାଜ୍ୟରେ ୧୫୦୦ ମେଗା ୱାଟ୍ ସୌର ଶକ୍ତି ବିଜୁଳି

ପରଦାରେ ଏକାଠି ଧମାକା କରିବେ ଏହି ଦୁଇ ସୁପରଷ୍ଟାର

ମୁମ୍ବାଇ- ବଲିଉଡର ହ୍ୟାଣ୍ଡସମ୍ ହଙ୍କ୍ ହ୍ରିତିକ୍ ରୋଶନଙ୍କ ଷ୍ଟାଇଲ, ଲୁକ୍ ଓ ଅନ୍ଦାଜରେ ସମସ୍ତେ ଫିଦା । କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ତାଙ୍କର ଫ୍ୟାନ୍ ଫଲୋଇଂ ବେଶ୍ ଭଲ ରହିଛି । ନିକଟରେ ସେ ଲଗାତାର ହିଟ୍ ଫିଲ୍ମ ଦେଇ ପ୍ରାୟ ସବୁ ନିର୍ମାତାଙ୍କ ପ୍ରଥମ ପସନ୍ଦ ପାଲଟିଯାଇଛନ୍ତି ।

ଟେକ୍ ମହିନ୍ଦ୍ରା ଅଫିସ ସିଲ୍ କଲା ବିଏମସି

ଭୂବନେଶ୍ୱର- ଭୁବନେଶ୍ୱର ମୈତ୍ରୀ ବିହାରରେ ଥିବା ଟେକ୍ ମହିନ୍ଦ୍ରା ଅଫିସକୁ ସିଲ୍ କରିଛି ବିଏମସି । ତିନି ଦିନ ଭିତରେ ଏହି ଅଫିସରେ ୭ଜଣ କର୍ମଚାରୀ କରୋନା ପଜେଟିଭ ଚିହ୍ନଟ ହେବା ପରେ ଆଜି ଅଫିସକୁ ସିଲ୍ କରାଯାଇଛି । ଏହାସହ ୨୦ତାରିଖ ପର୍ଯ୍ୟନ୍ତ ହୋମ୍ କ୍ୱାରେଂଟାଇନରେ ରହିବାକୁ ସମସ୍ତ