ପ୍ରତ୍ୟେକ ରାଷ୍ଟ୍ର ଶକ୍ତିଶାଳି ହେବା ପଛର ଶକ୍ତି ହେଉଛି ସୁସ୍ଥ ଓ ଶିକ୍ଷିତ ଜନସଂଖ୍ୟା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ କହିଛନ୍ତି ଯେ ପ୍ରତ୍ୟେକ ରାଷ୍ଟ୍ର ପାଇଁ ସୁସ୍ଥ ଏବଂ ଶିକ୍ଷିତ ଜନସଂଖ୍ୟା ହେଉଛି ଉତପ୍ରେରକ ଶକ୍ତି । ଏକ ଉତମ ଭବିଷ୍ୟତ ନିମନ୍ତେ ଶିକ୍ଷା, ତାଲିମ ଏବଂ ସ୍ୱାସ୍ଥ୍ୟସେବା ଉପରେ ବିନିଯୋଗ ସହ ଆମର ମାନବସମ୍ବଳକୁ

ଶ୍ରୀଜଗନ୍ନାଥ ଅଷ୍ଟକମ ଭିଡିଓରେ କଣ୍ଠଦାନ କଲେ ସମ୍ବିତ୍ ପାତ୍ର ଓ କୈଳାସ ଖେର

ଭୁବନେଶ୍ୱର: ଶ୍ରୀଜିଉଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ପ୍ରସ୍ତୁତ ହୋଇଛି ଶ୍ରୀଜଗନ୍ନାଥ ଅଷ୍ଟକମକୁ ନେଇ ଏକ ସୁନ୍ଦର ଭିଡିଓ ଆଲବମ୍ । ଏଥିରେ କଣ୍ଠଦାନ ସହ ଅଭିନୟ କରିଛନ୍ତି ବଲିଉଡର ଜଣାଶୁଣା ଶିଳ୍ପୀ ପଦ୍ମଶ୍ରୀ କୈଳାସ ଖେର ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଏଥର ବି କରୋନା

ବର୍ଷ ଶେଷ ସୁଦ୍ଧା ରାଜ୍ୟର ୧୦୦ଟି ପର୍ଯ୍ୟଟନ ସ୍ଥଳିରେ ହେବ ବୋଟିଂ ସେବା

ଭୁବନେଶ୍ୱର:ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ ଆଉ ଆଗକୁ ନେବାକୁ ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାର ୧୦୦ଟି ସ୍ଥାନରେ ବୋଟିଂ ସେବା ଆରମ୍ଭ କରିବେ । ଗତକାଲି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜଙ୍ଗଲ ଏବଂ ପରିବେଶ, ଜଳ ସମ୍ପଦ ଏବଂ

ବଜ୍ରପାତ ନେଲା ୭୦ ଜୀବନ

ନୂଆଦିଲ୍ଲୀ: ଉତ୍ତର ଭାରତର ତିନି ରାଜ୍ୟରେ ବଜ୍ରପାତ ହେବାରୁ ଗୋଟିଏ ଦିନରେ ୭୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ୟୁପିରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ରାଜସ୍ଥାନରେ ୨୦ରୁ ଅଧିକ ଏବଂ ମଧ୍ୟପ୍ରଦେଶରେ ୭ରୁ ଅଧିକଙ୍କର ପ୍ରାଣହାନୀ ହୋଇଥିବା ଜଣାପଡ଼ିଛି । ରବିବାର ସନ୍ଧ୍ୟାରେ ୟୁପିରେ

ଶେର ବାହାଦୂର ଦେଉବା ହେବେ ନେପାଳର ନୂଆ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ନେପାଳ କଂଗ୍ରେସର ସଭାପତି ଶେର ବାହାଦୂର ଦେଉବା ଦେଶର ନୂଆ ପ୍ରଧାନମନ୍ତ୍ରୀ ହେବେ । ନେପାଳ ସୁପ୍ରିମକୋର୍ଟ ଆଜି ଏହି ନିର୍ଦେଶ ଦେବା ସଙ୍ଗେ ସଙ୍ଗେ ୫ମାସ ମଧ୍ୟରେ ଦ୍ୱିତୀୟ ଥର ଭାଙ୍ଗିଥିବା ଲୋକସଭାକୁ ପୁନଃ ସ୍ଥାପିତ କରିଛନ୍ତି ।ଲୋକସଭା ଭାଙ୍ଗିବା ବିରୋଧରେ ମୋଟ ୩୦ଟି ରିଟ୍

ମୌସୁମୀ ଅଧିବେଶନରେ ୧୯ଟି କାର୍ଯ୍ୟ ଦିବସ

ନୂଆଦିଲ୍ଲୀ: ଆସନ୍ତା ୧୯ରୁ ଆରମ୍ଭ ହେଉଥିବା ସଂସଦର ଅଧିବେଶନ ଅଗଷ୍ଟ ୧୩ରେ ଶେଷ ହେବ । ଏଥିରେ ମୋଟ୍ ୧୯ଟି କାର୍ଯ୍ୟଦିବସ ରହିଛି ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ସୂଚନା ଦେଇଛନ୍ତି । ସାଧାରଣତଃ ମୌସୁମୀ ଅଧିବେଶନ ଜୁଲାଇ ତୃତୀୟ ସପ୍ତାହରେ ଆରମ୍ଭ ହୋଇ ସ୍ୱାଧୀନତା ଦିବସ ପୂର୍ବରୁ

ବଡ଼ଦାଣ୍ଡରେ ଏକୁଟିଆ ଜଗା

କରୋନା ମହାମାରୀର ତାଡନାରେ କ୍ରମାଗତ ଭାବେ ଦ୍ୱିତୀୟ ବର୍ଷ ପୁରୀ ବଡ଼ଦାଣ୍ଡରେ ରଥଯାତ୍ରା ପୂର୍ବରୁ କର୍ଫ୍ୟୁ ଜାରି କରାଯାଇଛି । କେବଳ ସେତିକି ନୁହେଁ ସମଗ୍ର ସହର ପୋଲିସ ଛାଉଣି ଭିତରେ ରହିଥିଲା ବେଳେ ମୋଟ ୬୫ ପ୍ଲାଟୁନ ଫୋର୍ସ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ୧୨ଟି ଯୋନରେ ବିଭକ୍ତ ହୋଇଥିବା

ମୁଣ୍ଡ ନୁଆଁଇଲା ଟ୍ୱିଟର: ନିଯୁକ୍ତ କଲା ଆବାସିକ ଅଭିଯୋଗ ଅଧିକାରୀ

ନୂଆଦିଲ୍ଲୀ: ଶେଷରେ ଟ୍ୱିଟର ଭାରତ ସରକାଣଙ୍କର ତାଗିଦ ପରେ ମୁଣ୍ଡ ନୁଆଁଇଛି । ଟ୍ୱିଟର ଆଜି ବିନୟ ପ୍ରକାଶଙ୍କୁ ଅନ୍ତରିଣ ଆବାସିକ ଅଭିଯୋଗ ଅଧିକାରୀ ନିଯୁକ୍ତ କରିଛି । ଏହା ସହିତ ବିଭିନ୍ନ ମାମଲାରେ ଟ୍ୱିଟର ଆକାଉଣ୍ଟ ବିରୋଧରେ ନିଆଯାଇଥିବା କାଯ୍ୟ ଉପରେ ମାସିକ ରିପୋର୍ଟ ମଧ୍ୟ ରଖାଯାଇଛି ।

ହୀରାକୁଦରୁ ଛଡ଼ାଗଲା ପ୍ରଥମ ବନ୍ୟାଜଳ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଆଜି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯାଇଛି । ପାରାମ୍ପରିକ ପୂଜାର୍ଚ୍ଚନା ପରେ ଆଜି ଦିନ ପ୍ରାୟ ୧୧ଟା ପରେ ପ୍ରଥମ କରି ବାମ ପଟ ୭ନଂ ସୁଇସ୍ ଗେଟକୁ ଖୋଲା ଯାଇଥିଲା । ଏହାର କିଛି ସମୟ ପରେ ୮ନଂ ସୁଇସ୍ ଗେଟକୁ ଖୋଲା ଯାଇ ବନ୍ୟାଜଳ ନିଷ୍କାସନ

ସାଆଁନ୍ତଙ୍କ ଅପେକ୍ଷାରେ ରଥ, ପଥ

ଶଙ୍କରାଚାର୍ଯ୍ୟଙ୍କୁ ଆମନ୍ତ୍ରଣ ପରମ୍ପରା ଅନୁସାରେ ରଥଯାତ୍ରା ଲାଗି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ନିମନ୍ତ୍ରଣ କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଗୋବର୍ଦ୍ଧନ ପୀଠରେ ପହଞ୍ଚି ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ