କଟକ: ଚିନ୍ତା ବଢାଇଲା କଟକର ସାହି, ବସ୍ତି । ପୁଣି ଗୋଟିଏ ଦିନରେ କଟକ ସହରରୁ ୬୦ ଜଣ କରୋନା ଆକ୍ରାନ୍ତ ଚିହତନଟ ହୋଇଛନ୍ତି । ଗତ ତିନିଦିନରେ କଟକ ସହରରୁ ୧୯୨ଜଣ ଆକ୍ରାନ୍ତ ଚିହ୍ନଟ ହେବା ଘଟଣାକୁ ନେଇ ସହରରେ ଆତଙ୍କ ସୃଷ୍ଟି କଲାଣି । ଚୌଦ୍ୱାର ସର୍କଲ ଜେଲର ଜଣେ କର୍ମଚାରୀ , ଷଷ୍ଠ ବାଟାଲିୟନ ଯବାନ, ରେଭେନ୍ସା ଇଷ୍ଟ ହଷ୍ଟେଲର କର୍ମଚାରୀ, ଏକ ପ୍ରତିଷ୍ଠିତ ହେଟେଲର ୨ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସେହିପରି କଂଟେନମେଂଟ ଜୋନ ତଥା ଖଡବିନ୍ ସାହିରୁ ପୁଣି ୧୩ ଜଣ , ପୁରୁଣା ରାଉସାପାଟଣାରୁ ୧୧, ବାରି ଲେନରୁ ୨, ଏମ ଦାସ ତଥା ଅର୍ବନ ପିଏଚସି ଅଂଚଳରୁ ୮ଜଣ , ଦେୱାନ ବଜାରରୁ ୨, ଶଙ୍କରପୁର ପରିଡା ସାହିରୁ ୩, କେଶରପୁରରୁ ୨, ଗୋଠମୂଲିରୁ ୨, ସିଡିଏ ସେକ୍ଟର ୭ ନମ୍ବରରୁ ୧, ଜଗତପୁର, ମଧୁପାଟଣା, ମାଲଗୋଦାମ , ଜୟ ଜୟଦୁର୍ଗା ଲେନ, ସାଇଲୋ ଝରପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।