ବୈତରଣୀ ଜଳ ଓ ବିରଜାଙ୍କ ଶକ୍ତି ପୀଠରୁ ମାଟିି ରାମ ମନ୍ଦିର ଭୂମି ପୂଜନ ପାଇଁ ପଠାଗଲା

ଯାଜପୁର: ଆସନ୍ତା ଅଗଷ୍ଟ ମାସ ୫ ତାରିଖରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ଭୂମି ପୂଜନ ନିମନ୍ତେ ସାଧୁ ସନ୍ଥଙ୍କ ପରାମର୍ଶ କ୍ରମେ ସାରା ଭାରତ ବର୍ଷର ବିଭିନ୍ନ ଶକ୍ତି କ୍ଷେତ୍ର, ଧର୍ମ ପୀଠ ଓ ତୀର୍ଥ ସ୍ଥାନ ମାନଙ୍କରୁ ଜଳ ଓ ମାଟି ଯାଉଥିବା ବେଳେ ଶନିବାର ଦିନ ଯାଜପୁର ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଦଶ୍ୱାସମେଧ ଘାଟରେ ପୂଜାର୍ଚ୍ଚନା କରି ବୈତରଣୀ ଜଳ ଓ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ତଥା ଶକ୍ତିପୀଠ ବିରଜା କ୍ଷେତ୍ରରୁ ମାଟି ଓ ମା’ଙ୍କ ଆଜ୍ଞାମାଳ ପ୍ରେରଣ କରାଯାଇଛି । ଏଥି ପୂର୍ବରୁ ଯାଜପୁର ବିଶ୍ୱହିନ୍ଦୁ ପରିଷଦ ଓ ବଜରଂଗ ଦଳ ପକ୍ଷରୁ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣାର୍ଥେ ଟଙ୍କା ଓ ଇଟା ପ୍ରେରଣ କରାଯାଇଥିଲା । ଶନିବାର ଦିନ ବୈତରଣୀ ଘାଟରେ ପୂଜାର୍ଚ୍ଚନା ମା’ ବିରଜାଙ୍କ ଆଜ୍ଞାମାଳ ପ୍ରେରଣ କାର୍ଯ୍ୟକ୍ରମରେ ବିଶ୍ୱହିନ୍ଦୁ ପରିଷଦ କେନ୍ଦା୍ରପଡ଼ା ବିଭାଗ ସାମାଜିକ ସମରସଜ୍ଜା ପ୍ରମୁଖ ଅରବିନ୍ଦ ଦାସ, ଆଡ଼ଭୋକେଟ ଶ୍ରୀଧର ନାୟକ, ସେବା ପ୍ରମୁଖ ଦୋଳ ଗୋବିନ୍ଦ ଜେନା, ବଜରଂଗ ଦଳର ସୂଚନା ପ୍ରମୁଖ ମୃତ୍ୟୁଞ୍ଜୟ ପଟ୍ଟନାୟକ, ପ୍ରଚାର ପ୍ରସାର ପ୍ରମୁଖ ଦେବୀ ପ୍ରସାଦ ପାଣି, ବଜରଂଗ ଦଳର ସରୋଜ କୁମାର ପତି, ସୁଧାଂଶୁ ଶେଖର ଦାସ, ସୁବ୍ରତ ଦାସ, ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ରାମ ମନ୍ଦିର ଆୟୋଜନର ବରିଷ୍ଠ କାର୍ଯ୍ୟକର୍ତା ରାମଚନ୍ଦ୍ର ବେହୁରିଆ ମାର୍ଗ ଦର୍ଶନ କରିଥିଲେ । ଯାଜପୁର ଜିଲ୍ଳା ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ଅକ୍ଷୟ ବଳ ସମସ୍ତ କାର୍ଯ୍ୟକୁ ସୂଚାରୂ ରୂପେ ତଦାରଖ କରିଥିବା ବେଳେ ଶୁଭମ ସିଂ, ରମେଶ ଚନ୍ଦ୍ର ବେହେରା, ପରମେଶ୍ୱର ପଣ୍ଡା, ଶରତ ଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

2 × one =