ଭୁବନେଶ୍ୱର: ରାଜ୍ୟରେ ୧୩୭୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ଆଉ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୦କୁ ବୃଦ୍ଧି ପାଇଛି । ଆଜି ଗଞ୍ଜାମରୁ ସର୍ବାଧିକ ୬ ଜଣଙ୍କ ମୃତ୍ୟୁ ଘଟିଥିବାା ବେଳେ, ଖୋର୍ଦ୍ଧାରୁ ୨, ଗଜପତି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ କରୋନା ସଂକ୍ରମତିଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ଭିତରେ ଗଞ୍ଜାମ ଜିଲ୍ଲାର ଜଣେ ୫୧ ବର୍ଷୀୟ ମହିଳା ଓ ଭୁବନେଶ୍ୱର ଜଣେ ୫୮ ବର୍ଷ ବୟସ ମହିଳା ଅଛନ୍ତିା ଅଛନ୍ତି । ଏହା ବ୍ୟତିତ ଯେଉଁ ୮ ଜଣ ମୃତ୍ୟୁ ବରଣ କରିଛନ୍ତି, ସେମାନେ ସମସ୍ତେ ପୁରୁଷ ବୋଲି ଜଣାପଡିଛି ।