ନୂଆଦିଲ୍ଲୀ: ସେପ୍ଟେମ୍ବର ୩୦ ସୁଦ୍ଧା ବିଶ୍ୱବିଦ୍ୟାଳୟ ପରୀକ୍ଷା ଶେଷ କରିବା ନିମନ୍ତେ ଜୁଲାଇ ୬ ତାରିଖରେ ନିର୍ଦେଶ ବିରୋଧରେ ଆଗତ ମାମଲାର ବିଚାର କରି ୩୧ ତାରିଖ ପୂର୍ବରୁ ନିଜର ପକ୍ଷ ରଖିବାକୁ ୟୁଜିସିକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ବିଶ୍ୱବିଦ୍ୟାଳୟ ପରୀକ୍ଷା ସମ୍ପର୍କରେ ୟୁଜିସିର ନିର୍ଦେଶ ବିରୋଧରେ ବିିଭିନ୍ନ ରାଜ୍ୟରେ ସୃଷ୍ଟି ହୋଇଥିବା ପ୍ରତିକ୍ରିୟା ପରେ ଏଥିନେଇ କର୍ଣ୍ଣାଟକରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ନ୍ୟାୟାଳୟରେ ୟୁଜିସି ରାଜ୍ୟ ସରକାରଙ୍କର ପରୀକ୍ଷା ବାତିଲ କ୍ଷମତା ନାହିଁ ବୋଲି ୟୁଜିସି ସତ୍ୟପାଠ ଦାଖଲ କରିଥିଲା ।
ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା ଓ ଉଚ୍ଚତମ ନ୍ୟାୟାଳୟ ଏ ସମ୍ପର୍କରେ ୟୁଜିସିଠାରୁ ଜବାବତଲବ କରିଛନ୍ତି । ପରବର୍ତୀ ଶୁଣାଣି ଆସନ୍ତା ୩୧ ତାରିଖରେ କରାଯିବାକୁ ଦିନ ମଧ୍ୟ ଧାର୍ଯ୍ୟ କରିଛନ୍ତି ।
ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ବେଞ୍ଚରେ ବିଚାରପତି ଆର୍.ରେଡ଼୍ଡ଼ି ଓ ଏମ୍.ଆର୍.ଶାହା ବିଚାରକ ଅଛନ୍ତି । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ୟୁଜିସିର ନିର୍ଦେଶନାମା ଅନୁସାରେ ଦେଶର ୮୦୦ ବିଶ୍ୱବିଦ୍ୟାଳୟ ୨୦୯ଟି ବିଶ୍ୱବିଦ୍ୟାଳୟ ପରୀକ୍ଷା ଶେଷ କରିଛନ୍ତି । ୩୯୦ ବିଶ୍ୱବିଦ୍ୟାଳୟ ପରୀକ୍ଷା ପରିଚାଳନା ପ୍ରକ୍ରିୟାରେ ଅଛନ୍ତି । ନିର୍ଦେଶନାମା ଅନୁସାରେ ଛାତ୍ରଛାତ୍ରୀ ଅଫଲାଇନ, ଅନଲାଇନ କିମ୍ବା ଉଭୟ ପଦ୍ଧତିରେ ପରୀକ୍ଷା ଦେଇ ପାରିବେ ବୋଲି ସଲିସିଟର ଜେନେରାଲ ଯୁକ୍ତି ରଖିଛନ୍ତି ।