ପୁରୀ: ଶ୍ରୀମନ୍ଦିରରେ ଜୁଲାଇ ୨୯ତାରିଖରୁ ଆରମ୍ଭ ହେବ ଝୁଲଣ ଯାତ୍ରା । ଏହି ଯାତ୍ରା ୭ଦିନ ବ୍ୟାପି ଚାଲିବ । ଝୁଲଣ କୁଞ୍ଜରେ ବିଜେ ହେବେ ଠାକୁରେ, କୁଞ୍ଜରେ ଝୁଲିବେ ଲକ୍ଷ୍ମୀ, ସରସ୍ୱତୀ ଓ ମଦନମୋହନ । ହେଲେ କରୋନାର କଟକଣା ଭିତରେ ଶ୍ରଦ୍ଧାଳୁମାନେ ଝୁଲଣମଣ୍ଡପରେ ଶ୍ରୀ ବିଗ୍ରହଙ୍କୁ ଦର୍ଶନ କରିବାରୁ ବଂଚିତ ରହିବେ । ଏହି ମହୋସôବ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଟିତ ହେବ ସ୍ୱତନ୍ତ୍ର ନୀତି । ମହାପ୍ରଭୁଙ୍କ ମଧ୍ୟାହ୍ନଧୂପ ପରେ ତିନିବାଡରେ ସର୍ବାଙ୍ଗ ଲାଗି ଓ ବେଶ ହେବ । ମହାଜନମାନେ ସିଂହାସନରୁ ଲକ୍ଷ୍ମୀ, ସରସ୍ୱତୀଙ୍କୁ ଓ ଦକ୍ଷିଣଘରୁ ମଦନମୋହନଙ୍କୁ ଆଣି ଖଟସେଜରେ ବିଜେ କରାଇବେ ।