୮ ପଜିଟିଭ କ୍ୟାପିଟାଲ ହସ୍ପିଟାଲର

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରୁ ଲଗାତାର ଭାବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ହସ୍ପିଟାଲରୁ ୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ତହିଁରୁ ଜଣେ ହସ୍ପିଟାଲରେ କର୍ମଚାରୀ ଓ ଅନ୍ୟମାନେ ରୋଗୀ ବୋଲି ଜଣାପଡ଼ିଛି । ଗତକାଲି ମଧ୍ୟ ହସ୍ପିଟାଲରୁ ୮ ଜଣ ରୋଗୀ ଚିହ୍ନଟ ହୋଇଥିଲେ । ହସ୍ପିଟାଲର କର୍ମଚାରୀ ଜଣକ ପୂର୍ବରୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବାରୁ ସଙ୍ଗରୋଧରେ ରହିଥିଲେ ।
ତାଙ୍କ ସ୍ୱାବ୍ ପରୀକ୍ଷା ପାଇଁ ପଠା ଯାଇଥିଲା । ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏହାବାଦ୍ ରାପିଡ୍ ଆଂଟିଜେନ୍ କିଟ୍ରେ ହୋଇଥିବା ପରୀକ୍ଷାରେ ୭ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଆସନ୍ତାକାଲି ହସ୍ପିଟାଲରେ ପ୍ଲଜମା ବ୍ୟାଙ୍କ ଉଦ୍ଘାଟିତ ହେବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ଏମ୍କେସିଜି ମେଡିକାଲ କଲେଜ ସମେତ ଅନ୍ୟ ୪ଟି ସ୍ଥାନରେ ଏହି ବ୍ୟାଙ୍କ ପ୍ରତିଷ୍ଠା କରିବା ଲାଗି ରାଜ୍ୟ ସରକାର ଯୋଜନା କରିଛନ୍ତି ।

Leave A Reply

Your email address will not be published.

seventeen + 5 =