ଆଲୁମିନିୟମ ପାର୍କ କଂକ୍ରିଟ ରାସ୍ତା ନିର୍ମାଣ ନିମ୍ନମାନର

ବଅଁରପାଳ: ଅନୁଗୋଳ ଜିଲ୍ଳାରେ ଇଡକୋ ଓ ନାଲକୋମିଳିତ ସମୟରେ ଆଲୁମିନିୟମ ପାର୍କ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ଏହି ପ୍ରକଳ୍ପରେ ବିଭିନ୍ନ କାର୍ଯ୍ୟପାଇଁ ଇଡକୋ ଟେଣ୍ଡର ଆମନ୍ତ୍ରଣ କରି ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ବର୍ତମାନ ଆଲୁମିନୟମ ପାର୍କର ଏନ.ଏଚ ୫୫କୁ ସଂଯୋଗ କରୁଥିବା ରାସ୍ତା, ପାର୍କ, ଭିତରେ ରାସ୍ତା, ବିଲଡିଙ୍ଗ ନିର୍ମାଣ ଇତ୍ୟାଦି କାଂର୍ଯ୍ୟ ଚାଳୁରହିଛି । ଆଲୁମିନିୟମ ପାର୍କ ପ୍ଲାଂଟ ଭିତରେ କଂକ୍ରିଟ ରାସ୍ତାକୁ ନିର୍ମାଣ ପାଇଁ କାର୍ଯ୍ୟଦେଶ ପାଇଥିବା ଠକାଦାରଙ୍କ ଦୁର୍ନିତିଖୋର ମନୋବୃତି ଯୋଗୁଁ ତାହା ନିମ୍ନମାନର କରାଯାଇଥିବାର ଜଣାପଡିଛି । କଂକ୍ରିଟ ରାସ୍ତାଗୁଡିକ ଅନେକ ସ୍ଥାନରୁ ଫାଟି ଆଁ କରିସାରିଲାଣି । ସେହିରାସ୍ତାରେ ଯେତେବେଳେ ଭାରିଯାନ ଚଳପ୍ରଚଳ କରିବ ସେତେବେଳେ ସେହି ରାସ୍ତାଗୁଡିକର ଚିହ୍ନ ବର୍ଣ୍ଣ ରହିବ ନାହିଁ । ଆଲୁମିନିୟମ ପାର୍କରେ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତାର ସ୍ଥାୟୀତ୍ୱକୁ ନେଇ ,ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

twenty − 20 =