ଆଲବମ କୁଇନ୍ ଦୀପା ସାହୁଙ୍କ ବିୟୋଗରେ ଶୋକ

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାର ଝିଅ ତଥା ଆଲବମ କୁଇନ୍ ଏବଂ ଚଳଚ୍ଚିତ୍ର ଅଭିନେତ୍ରୀ ଦୀପା ସାହୁଙ୍କ ବିୟୋଗରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଗଭୀର ଶୋକ ପ୍ରକଟ କରିଛନ୍ତି । ସେ ପ୍ରାୟ ଏକବର୍ଷ ହେବ କର୍କଟ ରୋଗରେ ଆକ୍ରନ୍ତ ଥିଲେ । ଦୁଇ-ତିନି ମାସ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଧୀରେ ଧୀରେ ବିଗିଡିବାରେ ଲାଗିଥିଲା । ଢେଙ୍କାନାଳର ଝିଅ ହୋଇ ୯୦ ଦଶକ ଓ ୨୦୦୦ ମସିହା ବେଳେ ଓଡିଆ ଆଲବମ ଜଗତରେ ଜଣାଶୁଣା ଚେହେରା ଥିଲେ ଦୀପା । ଆଲବମ ଜଗତରେ ଜଣେ କୁଇନ୍ ଭାବେ ଓଡିଶାରେ ପରିଚିତ ଥିଲେ । ସେ ୧୦୦ରୁ ଅଧିକ ଆଲବମରେ ଅଭିନୟ କରିଥିବା ବେଳେ କେତେକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ତାଙ୍କ ମୃତ୍ୟୁରେ ଢେଙ୍କାନାଳ ତଥା ଓଡିଶାରେ ଶୋକର ଛାୟା ଖେଳିଯାଇଛି । ଶ୍ରୀ ସାହୁ ତାଙ୍କର ଆତ୍ମାର ସଦ୍ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.

thirteen + 10 =