ପ୍ଲାଜମା ଦେଲା ଜୀବନ ଦାନ

ବ୍ରହ୍ମପୁର: ଗୁରୁତର କରୋନା ସଂକ୍ରମଣ ରୋଗୀ ପାଇଁ ପ୍ଲାଜମା ଏବେ ସଂଜୀବନି ସଦୃସ୍ୟ ହୋଇଛି । ଆଜି ଗଂଜାମ ଜିଲାର ଶିତଳା ପରିସ୍ଥିତ ଟାଟା କୋଭିଡ ହସ୍ପିଟାଲରେ ପ୍ଲାଜମା ନେଇଥିବା ୩ଜଣ ଗୁରୁତର ରୋଗୀ ସୁସ୍ଥ ହୋଇଛନ୍ତି ବୋଲି ଜିଲ୍ଲାପାଳ ଟ୍ୱିଟ୍ କରି କହିଛନ୍ତି । ଏଥି ଲାଗି ସେ ଡାକ୍ତର ମାନଙ୍କୁ ପ୍ରସଂସା କରିବା ସହ ସୁସ୍ଥ ହୋଇଥିବା କରୋନା ରୋଗୀଙ୍କୁ ପ୍ଲାଜମା ଦାନ ପାଇଁ ଅନୁରୋଧ ଜଣାଇଛନ୍ତି ।
ସୂଚନାଯୋଗ୍ୟ ଯେ, ନିକଟରେ ରାଜ୍ୟର ପ୍ରଥମ ପ୍ଲାଜମା ନେଇଥିବା ଜଣେ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗଂଜାମ ଜିଲ୍ଲାପାଳ କହିଛନ୍ତି ଯେ, କଟକ ବଡ ଡାକ୍ତରଖାନାରୁ ପ୍ଲାଜମା ବ୍ରହ୍ମପୁର ବଡ ଡାକ୍ତରଖାନାକୁ ଅଣାଯାଇ ଶିତଳାପଲ୍ଲୀ ଟାଟା କୋଭିଡ ଡକ୍ତରଖାନାରେ ଚିକିତ୍ସିତ ୩ଜଣ ଗୁରୁତର କରୋନା ଆକ୍ରାନ୍ତଙ୍କୁ ଦିଆଯାଇଥିଲା । ଗଂଜାମ ଜିଳ୍ଲାରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢିଚାଲିଥିଲା ବେଳେ ପ୍ଲାଜମା ଥେରାପି ଏବେ ଆଶା ସଂଚାର କରିଛି ।

Leave A Reply

Your email address will not be published.

fifteen − seven =