ଜେନିଭା: ବିଶ୍ୱର ୨୧୨ଟି ଦେଶରେ ମୃତୁ୍ୟର ତାଣ୍ଡବ ସୃଷ୍ଟି କରିଥିବା କରୋନା ଭୂତାଣୁ ବିଶ୍ୱରୁ ଲୋପ ପାଇବ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ)ର କାର୍ଯ୍ୟକାରୀ ନିଦେ୍ର୍ଧଶକ ଡା.ମାଇକେଲ ରିଆନ୍ କହିଛନ୍ତି  । ଜେନିଭାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରି ସେ କହିଛନ୍ତି ଯେ, ଏବେ ବିଶ୍ୱରେ ଏଚ୍ଆଇଭି ଭୂତାଣୁ ରହିଛି  । ସେହିପରି କରୋନା ମଧ୍ୟ ରହିବ  । ଯଦି ଏହାର ଟୀକା ବାହାରେ ତେବେ କରୋନା ଭୂତାଣୁକୁ ଏହା ପ୍ରତିରୋଧ କରିପାରିବ ନାହିଁ  । ଏଥିପାଇଁ ବହୁ ସମୟ ଲାଗିବ  । ଏବେ ବିଶ୍ୱରେ ୪୩ ଲକ୍ଷ ଲୋକ ଭୂତାଣୁରେ ଆକ୍ରାନ୍ତ ହୋଇଥିବା ବେଳେ ୩ ଲକ୍ଷ ଲୋକଙ୍କର ମୃତୁ୍ୟ ଘଟିଲାଣି  ।
ଚୀନ୍ର ଉହାନରୁ ପ୍ରଥମେ ଚିହ୍ନଟ ହୋଇଥିବା ମହାମାରୀ କରୋନା ଭାଇଇରସ ଏବେ ସାରା ବିଶ୍ୱକୁ କଲବଲ କରୁଛି  । କରୋନାରେ ଆକ୍ରାନ୍ତ ହୋଇ ଦୈନିକ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି  । ସ୍ଥିତି ଏପରି ହୋଇଛି ଯେ ଏବେ ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷର ନିକଟତର ହୋଇଛି  । ବର୍ତମାନ ସୁଦ୍ଧା କରୋନା ଯୋଗୁ ବିଶ୍ୱରେ ୨,୯୮,୧୭୪ ଜଣ ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୪,୨୯,୭୪୪ରେ ପହଂଚିଯାଇଛି  । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଯାଏ ୧୬,୫୯,୭୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି  ।କରୋନା ଯୋଗୁ ଆମେରିକା ସ୍ଥିତି ସବୁଠାରୁ ଜଟିଳ ରହିଛି  । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୩୦,୩୪୮ ଥିବାବେଳେ ମୃତୁ୍ୟ ସଂଖ୍ୟା ୮୫ ହାର ପାର କରିଛି  । ଆମେରିକା ପଛକୁ ମୃତୁ୍ୟ ସଂଖ୍ୟା ତାଲିକାରେ ବି୍ରଟେନ ରହିଛି  । ବ୍ରିଟେନରେ ଏବେ ସୁଦ୍ଧା ୩୩,୧୮୬ ଜଣଙ୍କ ମୁଣ୍ଡ କରୋନା ନେଇସାରିଛି  ।
ଇଟାଲୀ, ଫ୍ରାନ୍ସ, ସ୍ପେନ ଓ ରୁଷ ଭଳି ଦେଶଗୁଡ଼ିକ ମଧ୍ୟ କରୋନା ଦାଉରେ କଲବଲ ହେବାରେ ଲାଗିଛନ୍ତି  । ରୁଷରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ·ଲିଛି  । କିଛି ସପ୍ତାହ ତଳେ କରୋନାର ଭୟଙ୍କର ରୂପ ଦେଖିଥିବା ଇଟାଲୀ ସ୍ଥିତିକୁ ମଧ୍ୟ ରୁଷ ପାର କରିଯାଇଛି  ।       
 
			