କରୋନା ମୃତକଙ୍କୁ ଅଣଦେଖା ନକରିବାକୁ ନିର୍ଦେଶ

ଭୁବନେଶ୍ୱର : ରାଜ୍ୟରେ କରୋନାରେ ମୃତକଙ୍କ ପ୍ରତି ଅସନମ୍ମାନ ଦିନକୁ ଦିନ ବଢି ଚାଲିଥିଲା ବେଳେ ପରିବାର ଲୋକ ମଧ୍ୟ ଅକଥନୀୟ ଦୁର୍ଦ୍ଧଶାର ସମ୍ମୁଖୀନ ହେଉଛନ୍ତ । ସାହି ପଡିଶା, ବନ୍ଧୁ ବାନ୍ଧବ ଶବ ସତ୍କାର ନିମନ୍ତେ ଧରାଛୁଆଁ ଦେଉ ନାହାନ୍ତି । ଫଳରେ ଘଂଟା ଘଂଟା ଧରି ପଡି ରହୁଛି ଶବ । ଏପରିକି କରୋନା ଯୁଦ୍ଧରେ ସାମିଲ ହୋଇ ପ୍ରାଣ ହରାଉଥିବା ଆଗ ଧାଡିର ଯୋଦ୍ଧା ମଧ୍ୟ ଏପରି ଘୃଣ୍ୟ ଭାବର ଶିକାର ହେଉଛନ୍ତି ।
ରାଜ୍ୟରେ ସନ୍ଧିଗ୍ଧ କୋରନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଶବ ସତ୍କାରରେ ବିଳମ୍ବ ହେଉଥିବାରୁ ମୃତଦେହକୁ ସମ୍ମାନ ଦେବା ନିମନ୍ତେ ନୂଆ ନିର୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର । ଏନେଇ ସବୁ ଜିଲାପାଳ, ମୁ୍ୟନିସିପାଲ କମିଶନର, ମେଡିକାଲ କଲେଜ ସୁପରିଂଟେଂଡେଂଟ ଓ ସିଡିଏମଓମାନଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ।
ସ୍ୱାବ୍ ସଂଗ୍ରହ ଓ ପରୀକ୍ଷା ପୂର୍ବରୁ କୋଭିଡ୍ ଲକ୍ଷଣ ବ୍ୟକ୍ତି ଥିବା କିମ୍ବା କ୍ୱାରେଂଟାଇନ୍ରେ ଥିବା ଅବସ୍ଥାରେ ମୃତ୍ୟୁ ହେଲେ ଏହି ନିର୍ଦେଶନାମା ଲାଗୁ କରାଯିବ । ଫଳରେ ମୃତ ବ୍ୟକ୍ତିଙ୍କ ସ୍ୱାବ୍ ଟେଷ୍ଟ କିମ୍ବା ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାନଯାଇ କରିବାର ସହ ପରାମର୍ଶ ପରେ କୋଭିଡ୍ ନିୟମ ଅନୁସାରେ ମୃତଦେହ ସଂସ୍କାର କରାଯିବ ।
ରାଜ୍ୟରେ କରୋନା ମହାମାରୀ ଆରମ୍ଭ ହେବ ଦିନଠାରୁ ବହୁ ସ୍ଥାନରେ ମୃତଦେହ ପ୍ରତି ଅମାନବୀୟ ଆଚରଣ ଦେଖିବାକୁ ମିଳିଛି । କେତେକ ସ୍ଥାନରେ ଏପରି ବ୍ୟକ୍ତିଙ୍କ ମୃତ୍ୟୁ ପରେ ମୃତଦେହ ଦୀର୍ଘ ସମୟ ଧରି ପଡି ରହିବା ଏବଂ ପରିବାର ଲୋକେ ଅକଥନୀୟ ମାନସିକ ଯନ୍ତଣାର ଶିକାର ହେଉଥିବାରୁ ସରକାର ଏଭଳି ନିଷ୍ପତି ନେଇଥିବା ଦର୍ଶାଇଛନ୍ତି ।

Leave A Reply

Your email address will not be published.

15 − 1 =