ବ୍ରିଟେନରୁ ପ୍ରତ୍ୟାବର୍ତନ ହେବ ଭାରତର ଶିବ ମୂର୍ତି

ନୂଆଦିଲ୍ଲୀ: ରାଜସ୍ଥାନ ଏକ ମନ୍ଦିରରୁ ଚୋରି ହୋଇଥିବା ବହୁ ପ୍ରାଚୀନ ଓ ମୂଲ୍ୟବାନ ଶିବ ମୂର୍ତି ବ୍ରିଟେନରୁ ପ୍ରତ୍ୟାବର୍ତନ ହେବ । ୪ ଫୁଟ ଉଚ୍ଚତାର ଏହି ମୂର୍ତି ୯ମ ଶତାଦ୍ଧୀରେ ନିର୍ମାଣ ହୋଇଥିଲା । ୧୯୯୮ ମସିହାରେ ରାଜସ୍ଥାନର ବାରୋଲିର ଗଟେଶ୍ୱର ଶିବ ମନ୍ଦିରରୁ ଏହି ମୂର୍ତି ଚୋରି ହୋଇଥିଲା । ପରେ ମୂର୍ତି ବ୍ରିଟେନକୁ ଚାଲଣ ହୋଇଥିଲା । ବ୍ରିଟିସ କର୍ତୃପକ୍ଷ ଓ ଭାରତୀୟ ଅଧିକାରୀଙ୍କ ମିଳିତ ଉଦ୍ୟମ ଯୋଗୁଁ ଶିବ ମୂର୍ତି କିଣିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲେ । ପରେ ସେ ଲଣ୍ଡନରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୋଗଙ୍କୁ ୨୦୦୫ ରେ ହସ୍ତାନ୍ତର କରିଥିଲେ । ସେହିଦିନ ଠାରୁ ଏହି ପ୍ରତିମୂର୍ତି ଲଣ୍ଡନରେ ରହିଛି । ୨୦୧୭ରେ ଆଇଏସଆଇ ଏହି ପ୍ରତିମୂର୍ତିକୁ ଦେଖି , ଏହା ବାରୋଲିସ୍ଥିତ ଶିବ ମନ୍ଦିରରୁ ଚୋରି ହୋଇଥିବା ଶିବ ମୂର୍ତି ବୋଲି ସୂଚନା ଦେଇଥିଲା । ଏବେ ଏହି ମୂର୍ତିକୁ ନିଜର ମୂଳ ସ୍ଥାନକୁ ଫେରାଇ ଅଣାଯିବାକୁ ଉଦ୍ୟମ ହୋଇଛି ।

Leave A Reply

Your email address will not be published.

one × one =