ନୂଆଦିଲ୍ଲୀ: ଲୋକପ୍ରିୟ ଚଳଚିତ୍ର ‘ବାହୁବଳୀ’ର ନିର୍ଦେଶକ ଏସଏମସ ରାଜମୈାଲୀଙ୍କ ପୂରା ପରିବାର କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଏସଏସ ରାଜମୈାଲୀ ନିଜେ ଟୁଇଟ କରି ଏହି ବିଷୟରେ ନିଜ ପ୍ରଶଂସକମାନଙ୍କୁ ସ୍ପଷ୍ଟ କରିଛନ୍ତି । କିଛି ଦିନ ତଳେ ଅମିତାଭ ବଚ୍ଚନଙ୍କ ପୂରା ପରିବାର ମଧ୍ୟ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ । ରାଜମୈାଲୀ କହିଛନ୍ତି, ସେ ଓ ତାଙ୍କ ପରିବାରର ସଦସ୍ୟଙ୍କୁ କିଛି ଦିନ ହେବ ସାମାନ୍ୟ ଜ୍ୱର ହୋଇଥିଲା । ଏବେ ସେମାନଙ୍କର ସ୍ୱାବ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି ।