ରାଂଚୀ: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନେତୃତ୍ୱରେ ପରିଚାଳିତ ମେଂଟ ସରକାରଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ କଂଗ୍ରେସର ୩ଜଣ ବିଧାୟକ କେନ୍ଦ୍ରୀୟ ନେତାଙ୍କ ନିକଟରେ ଅଭିଯୋଗ କରିବା ପାଇଁ ଦିଲ୍ଲୀ ପହଁଚିଛନ୍ତି । ଏହି ତିନି ଜଣ ବିଧାୟକ ହେଲେ ଇରଫାନ ଅନସାରୀ, ଉମାଶଙ୍କର ଅକେଲା ଓ ରାଜେଶ କଛପ । ଏମାନେ ରଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ନେତୃତ୍ୱରେ ଦିଲ୍ଲୀ ଯାଇ ରାଷ୍ଟ୍ରୀୟ ସାଧାରଣ ସଂପାଦକ କେସି ବେଣୁଗୋପାଳ ଓ ବରିଷ୍ଟ ନେତା ଅହମଦ ପଟେଲଙ୍କୁ ଭେଟିଛନ୍ତି । ପରେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଭେଟିବେ ବୋଲି ଉଦ୍ୟମ କରିଛନ୍ତି ।