ଅଡୁଆରେ ଉପଜିଲ୍ଲାପାଳ

ଉଦଳା: ମୋଟରଯାନ ଆଇନ ଉଲଂଘନକାରୀଙ୍କ ଠାରୁ ମୋଟା ଅଙ୍କର ଫାଇନ୍ ଆଦାୟ କରାଯାଉଛି । ମାତ୍ର ମୋଟରଯାନ ଆଇନକୁ ଖୋଲାଖୋଲି ଉଲଂଘନ କରି ବିବାଦ ଭିତରକୁ ଟାଣି ହୋଇଯାଇଛନ୍ତି ଉପଜିଲ୍ଲାପାଳ । କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳ ଭଗବାନ ବେହେରାଙ୍କ କାର୍ଯ୍ୟାଳୟରେ ତାଙ୍କ ଯିବାଆସିବା ନିମନ୍ତେ ଏକ ଗାଡି ଭଡା ସୂତ୍ରରେ ନିୟୋଜିତ ହୋଇଛି । ମହିନ୍ଦ୍ରା ବୋଲୋର ଗାଡିରେ ଉପଜିଲ୍ଲାପାଳ ସବୁଆଡେ ଯିବା ଆସିବା କରନ୍ତି । ଏହି ଗାଡିର ଫିଟନେସ୍ ଗତ ୨୦୧୯ ମେ ୧୪ ତାରିଖରୁ ଶେଷ ହୋଇଯାଇଥିବା ପରିବହନ ବିଭାଗ ୱେବସାଇଟରୁ ସୂଚନା ମିଳିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ବିଭିନ୍ନ ସ୍ଥାନରେ ପୋଲିସ ଚେକିଂ ପାର ହୋଇ ମଧ୍ୟ ଉପଜିଲ୍ଲାପାଳଙ୍କ ଗାଡି ଯାତାୟତ କରୁଛି । ହେଲେ କେବେ କେହି ଉପଜିଲ୍ଲାପାଳଙ୍କ ଗାଡିକୁ ଅଟକାଇ ଯାଂଚ କରିନାହାଁନ୍ତି । ଏହା ଜଣାପଡିବା ପରେ ଉପଜିଲ୍ଲାପାଳ ନିଜ କ୍ଷମତାର ଅପବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ଆଇନଜୀବୀ ।

Leave A Reply

Your email address will not be published.

12 − two =