ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କ ମୃତ୍ୟୁ

ବାଲେଶ୍ୱର: ବାଲେଶ୍ୱରର ଭୋଗରାଇର ଏକ ସଙ୍ଗରୋଧ କେନ୍ଦ୍ରରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ନେଇ ଉତେଜନା ପ୍ରକାଶ ପାଇଛି । କରୋନା ଲକ୍ଷଣ ନଥିବା ବେଳେ ତାଙ୍କୁ ଯୋଜନାବଦ୍ଧ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିବା ସହିତ ଗ୍ରାମବାସୀ ଗଣ୍ଡଗୋଳ କରିଛନ୍ତି । ଏପରିକି, ଏଏନ୍ଏମ୍ ଓ ଆଶାକର୍ମୀଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପରିସ୍ଥିତି ଏମିତି ରୂପ ନେଇଥିଲା । ଯେ ପୋଲିସକୁ ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରିବାକୁ ପଡ଼ିଥିଲା । ଏପରିକି, ଗ୍ରାମବାସୀ ବହୁ ସମୟ ଧରି ମୃତଦେହ ଅଟକାଇ ରଖିଥିଲେ । ଭୋଗରାଇ ବ୍ଲକ ବାରବାଟିଆ କ୍ୱାରାଂଟିନ ସେଂଟରରେ କଂଟାବଣିଆର ବୃନ୍ଦାବନ ଦାସଙ୍କ ପୁଅ ରମାକାନ୍ତ ଆଫ୍ରିକାରୁ ଫେରି ସଂଗରୋଧରେ ରହିଥିଲେ । ସକାଳ ପ୍ରାୟ ୮ଟି ବେଳେ ତାଙ୍କୁ ଖାଇବା ପାଇଁ ସହପ୍ରବାସୀ ଉଠାଇଥିଲେ ମଧ୍ୟ ସେ ଉଠି ନ ଥିଲେ । ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ସେଠାରେ ପହଂଚି ରମାକାନ୍ତଙ୍କୁ ମୃତ ଘୋଷଣା କରିଥିଲେ । ରାମାକାନ୍ତଙ୍କର କରୋନା ଲକ୍ଷଣ ନ ଥିବାରୁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିବା ସହ ଗଣ୍ଡଗୋଳ କରିଥିଲେ । ଏହି ସମୟରେ ଏନଏଏସ୍ ଓ ଆଶାକର୍ମୀ ପାଚେରି ଡେଇଁ ଖସିଯାଉଥିବା ବେଳେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ । ସେମାନଙ୍କୁ ମଧ୍ୟ ଗ୍ରାମବାସୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.

9 + seven =