ଭଦ୍ରକ: ବିରିୟାନି ଖାଇବାକୁ କେନ୍ଦ୍ର କରି ଦୁଇ ଗୋଷ୍ଟି ମୁହାଁମୁହିଁ ହୋଇଛନ୍ତି । ଏଥିରେ ଉଭୟ ପକ୍ଷର ୬ ଜଣ ଗୁରୁତର ହୋଇଥିବା ବେଳେ ୫ଟି ବାଇକ୍ ଭାଙ୍ଗିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଜଗନ୍ନାଥ ସାହି ଗ୍ରାମରେ । ସୂଚନା ଅନୁସାରେ ଏହି ଗାଁରେ ଏକ ଉଠା ଦୋକାନରେ ବିରିୟାନୀ ବିକ୍ରି ହୁଏ । କେତେକ ଯୁବକ ବିରିୟାନୀ ବାସି ହୋଇଯାଇଥିବା ଅଭିଯୋଗ କରିଥିଲେ । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ଖବର ପାଇ ଧୂଷୁରୀ ପୋଲିସ ଘଟଣା ସ୍ଥଳରେ ପହଁଚି ପରିସ୍ଥିତି ଉପରେ ନଜର ରଖିଛି ।