କରୋନା ନେଲା ଆଉ ୮ ମୁଣ୍ଡ


ଭୁବନେଶ୍ୱର- ରାଜ୍ୟରେ କରୋନା ନେଲା ଆଉ ୮ ଜୀବନ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୪, ନୟାଗଡ, ଗଜପତି, ସୁନ୍ଦରଗଡ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ରହିଛନ୍ତି । ସେମାନଙ୍କ ବୟସ ଯଥାକ୍ରମେ ୮୧, ୪୯, ୭୩, ୪୫, ୮୨, ୫୨, ୫୮ ରହିଛି । ପୂର୍ବରୁ ସେମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ । କୋଭିଡ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୭ରେ ପଂହଚିଛି ।

Leave A Reply

Your email address will not be published.

5 × 3 =