ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଗ୍ନିକାଣ୍ଡ

କେନ୍ଦ୍ରାପଡା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୃତମାନେ ଘର ତାଲା ପକାଇ ନିଆଁ ଲଗାଇଦେଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଗିରଙ୍ଗ ଗାଁରେ । ଏହି ଅଗ୍ନି କାଣ୍ଡରେ ୨୦ ଦିନର ଶିଶୁ ସମେତ ପରିବାରର ୫ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ପରିବାରର ସଦସ୍ୟ ଶୋଇଥିବା ସମୟରେ ଘରର ଉଭୟ ପାଶ୍ୱର୍ ଦ୍ୱାରରେ କିଛି ଦୁର୍ବୃତ ତାଲା ପକାଇ ନିଆଁ ଲଗାଇଥିଲେ । ଘରେ ନିଆଁ ଲାଗିଥିବା ଜାଣିପାରି ଉକ୍ତ ପରିବାରର ଲୋକେ ବାହାରକୁ ଆସିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ । ଉପାୟ ଶୂନ୍ୟ ହୋଇ ସମସ୍ତେ ଚିତ୍କାର କରିବାକୁ ଲାଗିଲେ । ଗାଁ ଲୋକେ ପାଟି ଶୁଣି ଘଟଣା ସ୍ଥଳରେ ପହଁଚି ପରିବାର ଲୋକଙ୍କୁ ଉଦ୍ଧାର କରିଥିଲେ ।

Leave A Reply

Your email address will not be published.

five × three =