ଭାରତରେ ପ୍ରବେଶ ପାଇଁ ଆତଙ୍କବାଦୀଙ୍କ ଉଦ୍ୟମ

ନୂଆଦିଲ୍ଲୀ: ପାକିସ୍ତାନ ନିୟନ୍ତ୍ରଣ ରେଖାରେ ୨୭ ଟି ଲଂଚ ପ୍ୟାଡକୁ ସକ୍ରିୟ କରାଯାଇଛି । ୩୨୦ରୁ ଅଧିକ ଆତଙ୍କବାଦୀ ଭାରତରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା । ସ୍ୱାଧୀନତା ଦିବସ ପୂର୍ବରୁ ସେମାନେ ପ୍ରବେଶ କରିବା ପାଇଁ ଯୋଜନା କରୁଥିବା ନେଇ ଗୁପ୍ତଚର ବିଭାଗ କହିଛି । ଏହି ସୂଚନା ପାଇବା ପରେ ଭାରତ-ପାକିସ୍ଥାନ ସୀମାରେ ନିୟୋଜିତ ସୁରକ୍ଷା ବାହିନୀକୁ ସତର୍କ କରାଯାଇଛି । ସୂଚନା ଅନୁସାରେ ଗତ ବର୍ଷ ୬୦ଜଣ ଆତଙ୍କବାଦୀ ଭାରତକୁ ପ୍ରବେଶ କରିଥିବା ବେଳେ ଚଳିତ ବର୍ଷ ୩୫ ଜଣ ଆତଙ୍କବାଦୀ ପ୍ରବେଶ କରିବାରେ ସଫଳ ହୋଇଛନ୍ତି । ପାକିସ୍ତାନ ଗତ ବର୍ଷ ୬୦୫ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଗୃହ ମନ୍ତ୍ରଳୟ କହିଛି । ଚଳିତ ବର୍ଷ ୪୨୯ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା ।

Leave A Reply

Your email address will not be published.

fourteen − 7 =