ଭୁବନେଶ୍ୱର- ଏଣିକି ୧୨ ହଜାର ନୁହେଁ ଦୈନିକ ୨୦ ହଜାର କୋଭିଡ ଟେଷ୍ଟ କରାଯିବ । ୮ ହଜାର ଆରଟିପିସିଆର ଓ ଆଂଟିଜେନ ଏବଂ ଟ୍ରୁନେଟ ଟେଷ୍ଟ ହେବ । ଅଗଷ୍ଟ ମାସରୁ ଏହି ପକ୍ରିୟା ଜାରି ରହିବ ବୋଲି କରୋନା ସମୀକ୍ଷା ବୈଠକ ପରେ ଆଇଏସ୍ସି ନିର୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ବର୍ତମାନ ପ୍ରତି ଜିଲ୍ଲାରେ ୩ ହଜାରରୁ ଅଧିକ ଆଂଟିଜେନ କିଟ୍ସ ରହିଛି । ଯଦି ଦରକାର ପଡେ ଦେବେ ଅଧିକ ଯୋଗଇ ଦିଆଯିବ । ରାଜ୍ୟର କିଛି ଜିଲ୍ଲାରେ କରୋନା ସ୍ଥିତି ସୁଧାର ହେବାରେ ଲାଗୁଛି । ଅନ୍ୟ କେତକେ ଜିଲ୍ଲାରେ ଅଳ୍ପ ସଂଖ୍ୟକ ଆକ୍ରାନ୍ତ ବଢୁଛନ୍ତି । ଏତଦ୍ ବ୍ୟତିତ ପ୍ଲାଜମା ଥେରାପି ସଫଳ ହେଉଛି । କିନ୍ତୁ ପ୍ଲାଜମା ସଂଗ୍ରହରେ ସମସ୍ୟା ସୃଷ୍ଟି ହେଉଛି ।