ଭୁବନେଶ୍ୱରରୁ ୧୨୮କରୋନା ଆକ୍ରାନ୍ତ ଚିହ୍ନଟ


ଭୁବନେଶ୍ୱର- ଭୁବନେଶ୍ୱରରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ । ପ୍ରତ୍ୟେକ ଦିନ ଚିହ୍ନଟ ହେଉଥିବା ସ୍ଥାନୀୟ ସଂକ୍ରମଣ ଚିନ୍ତାର କରାଣ ପାଲଟିଛି । ଶୁକ୍ରବାର ଭୁବନେଶ୍ୱରରୁ ୧୨୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୮୫ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳ ୪୩ ଲୋକାଲ କେସତ ରହିଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଏକ ସଙ୍ଗରୋଧ ଗୃହରୁ ୧୮, ସାଲିଆସାହିରୁ ୬, ସତ୍ୟନଗର ୬, ଭରତପୁର ୬, ୫ ପୋଲିସ କର୍ମଚାରୀ, ଏକ ଘରୋଇ ହସ୍ପିଟାଲର ୪ କର୍ମଚାରୀ, ଅଶୋକ ନଗରରୁ ୩, ନିଉ ଫରେଷ୍ଟ ପାର୍କ ୩, ବରମୁଣ୍ଡା ୩, ଅନ୍ୟ ଏକ ଘରୋଇ ହସ୍ପିଟାଲରୁ ୭, ଏକ ମିଡିଆ ହାଉସର ୩ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୩୫ରେ ପଂହଚିଥିବା ବେଳେ ୧୪୩୩ ଆରୋଗ୍ୟ ଲାଭ କରିଛନ୍ତି ଓ ୧୨୮୫ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

Leave A Reply

Your email address will not be published.

five + fourteen =