ନୂଆଦିଲ୍ଲୀ- କରୋନା ମହାମାରୀ ପରଠାରୁ  ଚୀନ ସହ ଆମେରିକାର ସଂପର୍କ ତିକ୍ତ ହେବାରେ ଲାଗିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୪ ଘଂଟା ମଧ୍ୟରେ ଚାଇନା   ଟିକ୍ ଟକ୍  ଉପରେ ପ୍ରତିବନ୍ଧକ ଲଗାଇବକୁ ନିଷ୍ପତି ନେଇଛନ୍ତି । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି  ଟିକ୍ ଟକ୍  ବ୍ୟାନ କରିବାକୁ ଆମ ପ୍ରଶାସନ ମୂଲ୍ୟାଙ୍କନ କରୁଛି । ଏହି ଲୋକପ୍ରିୟ  ଚାଇନା ଆପର ଚାହିଦା ଅଧିକ ରହିଛି । ତେଣୁ ଏହାକୁ  ନିଷେଧ କରିବା ସହିତ ଆମ ପାଖେ ଅନ୍ୟାନ୍ୟ ବିକଳ୍ପ  ବାଟ ମଧ୍ୟ ରହିଛି । ଟ୍ରମ୍ପ ଏବେ   ଟିକ୍ ଟକ୍  ବ୍ୟାନ ଓ ଏହାକୁ  କିଣିବା ପାଇଁ ଆଲୋଚନା କରିଛନ୍ତି । ଯଦି ଆମେରିକାରେ ବ୍ୟାନ ନକରାଯାଏ ତେବେ ଏହାକୁ ମାଇକ୍ରୋସଫ୍ଟ  କମ୍ପାନୀ କିଣିବ ବୋଲି ଟ୍ରମ୍ପ ପ୍ରଶାସନ  କହିଛନ୍ତି ।