ବୁର୍ଲା ଭୀମସାରର ରକ୍ତଭଣ୍ଡାରରେ ଦେଖାଦେଇଛି ରକ୍ତ ଅଭାବ


ବୁର୍ଲା: ବୁର୍ଲା ଭୀମସାରର ରକ୍ତଭଣ୍ଡାରରେ ଦେଖାଦେଇଛି ରକ୍ତ ଅଭାବ । କରୋନା କବଳରେ ଲୋକେ ଛଟପଟ ହେଉଥିବା ବେଳେ ରକ୍ତ ଭଣ୍ଡାରର ରକ୍ତ ସଂକଟ ମେଡିକାଲ କତୃପକ୍ଷ ଓ ରୋଗୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ରକ୍ତ ସଂଗ୍ରହ ଭ୍ୟାନ ବୁଲୁଥିଲେ ମଧ୍ୟ କରୋନା ପାଇଁ ରକ୍ତ ସଂଗ୍ରହ ସଂଖ୍ୟା ଢେର୍ କମିଯାଉଥିବା ବୁର୍ଲା ଭୀମସାରର ରକ୍ତ ଭଣ୍ଡାର ଅଧିକାରୀ କହିଛନ୍ତି । । ଭୀମସାର ପଶ୍ଚିମ ଓଡିଶା ସମେତ ପଡୋଶୀ ରାଜ୍ୟ ଛତିଶଗଡ ଏବଂ ଝାଡଖଣ୍ଡ ରୋଗୀଙ୍କ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ମାତ୍ର ସାହାରା ପାଲଟିଛି । ଅନ୍ୟ ଜିଲ୍ଲା ମେଡିକାଲକୁ କରୋନା ହସ୍ପିଟାଲ କରାଯାଇଥିବାରୁ ସେହି ଜିଲ୍ଲାର ସାଧାରଣ ରୋଗୀ ମାନେ ବୁର୍ଲା ମୁହାଁ ହେଉଛନ୍ତି । ଫଳରେ ଭୀମସାରରେ ରୋଗୀ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ବର୍ତମାନ କରୋନା ସ୍ଥିତିରେ ବୁର୍ଲା ରକ୍ତ ଭଣ୍ଡାର କେନ୍ଦ୍ରରେ ଦୈନିକ ୧୦୦ ୟୁନିଟ୍ ଦରକାର ପଡୁଥିବା ବେଳେ ଭାମସାର ରକ୍ତ ଭଣ୍ଡାରରେ ୧୨ ଶହ ୟୁନିଟ୍ ରକ୍ତ ଜମା ରହିବାର ବ୍ୟବସ୍ଥା ରହିଛି । ସବୁଠାରୁ ବଡ କଥା ହେଲା ବର୍ତମାନ ରକ୍ତ ଭଣ୍ଡରରେ ସମୁଦାୟ ୨୦ ରୁ ୨୨ୟୁନିଟ୍ ରକ୍ତ ରହିଥିବା ରକ୍ତଭଣ୍ଡାର ଅଧିକାରୀ କହିଛନ୍ତି । ଫଳରେ ପ୍ରତିଦିନ ଅନେକ ରୋଗୀ ରକ୍ତ ଅଭାବରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି

Leave A Reply

Your email address will not be published.

six − 3 =