କ୍ଷୁଦ୍ର ବ୍ୟବସାୟୀଙ୍କ ଝିଅ ଡାକ୍ତର ହେବାର ସ୍ୱପ୍ନ

ଭୁବନେଶ୍ୱର- କଥାରେ ଅଛି ଯେଉଁଠାରେ ଲକ୍ଷ୍ମୀ ଅଛନ୍ତି ସେଠାରେ ସରସ୍ୱତୀ ନାହାନ୍ତି ଓ ଯେଉଁଠାରେ ସରସ୍ୱତୀ ଅଛନ୍ତି ସେଠାରେ ଲକ୍ଷ୍ମୀ ନାହାନ୍ତି । ଏହି ଉକ୍ତିଟି ଦେଖିବାକୁ ମିଳିଛି ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଶୁଭଶ୍ରୀ ଦାଶଙ୍କ କ୍ଷେତ୍ରରେ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଶୁଭଶ୍ରୀ ୫୫୩ ମାର୍କ ରଖି ତାଙ୍କ ସ୍କୁଲରେ ଟପର ହୋଇଛନ୍ତି । ଶୁଭଶ୍ରୀଙ୍କ ଆର୍ଥକ ପରିସ୍ଥିତି ସ୍ୱଛଳ ନଥିଲେ ସୁଦ୍ଧା ସେ ପାଠପଢାରୁ ଇଛା ଶକ୍ତି ହରାଇ ନାହାନ୍ତି । ଆଜି କାଲି ଡିଜିଟାଲ ଦୁନିଆରେ ଶୁଭଶ୍ରୀ ନିଜକୁ ଦୂରେଇ ରଖି ପାଠ ସହିତ ନିୟୋଜିତ ରଖିବାରୁ ଏହି ସଫଳତା ପାଇଛନ୍ତି । ଶୁଭଶ୍ରୀଙ୍କ ଘର ରେନଟାଲ କଲୋନି ଆଇଆରସି ଭିଲେଜ, ନୟାପଲ୍ଲୀ । ବାପା ସୁବର୍ଣ୍ଣନକୁମାର ଦାଶ ଜଣେ କ୍ଷୁଦ୍ର ବ୍ୟବସାୟୀ । ତେବେ ଝିଅଙ୍କ କହିବା ଅନୁଯାୟୀ ବପା ଯାହା ରୋଜଗାର କରନ୍ତି ସେଥିରେ ସେ ନିଜକୁ ନଦେଖି ମୋ ପଢା ପାଇଁ ଖର୍ଚ୍ଚ କରିଥାନ୍ତି । ବାପା ଆଜି ପର୍ଯ୍ୟନ୍ତ ପଢା ପାଇଁ କେବେବି ଆଥିକ ସମସ୍ୟାକୁ ଜଣାଇ ନାହାନ୍ତି । ମା କଳ୍ପନାବାଳା ଦାଶ ଯିଏକି ଜଣେ ଗୃହିଣୀ । ସେ ସବୁବେଳେ ଶୁଭଶ୍ରୀଙ୍କୁ ପଢାପାଇଁ ଉତ୍ସାହିତ କରୁଥିଲେ ବୋଲି ଶୁଭଶ୍ରୀ କହିଛନ୍ତି । ଏଥି ସହିତ ସେ ତାଙ୍କ ପରିବାରର ଅନ୍ୟ ସଦସ୍ୟ, ତାଙ୍କର ଜଣେ ନାନି ଓ ଟୁ୍ୟସନ ସାରଙ୍କୁ ମଧ୍ୟ ଶ୍ରେୟ ଦେଇଛନ୍ତି । ଶୁଭଶ୍ରୀ ସ୍କୁଲ ପାଠପଢା ସହିତ ଟୁ୍ୟସନ କ୍ଳାସ କରୁଥିଲେ । ଏହାବ୍ୟତିତ ୪ରୁ ୫ ଘଂଟା ପରିଶର୍ମ କରୁଥିଲେ ବୋଲି କହିଛନ୍ତି । ତେବେ କରୋନା ଲକଡାଉନ ଖାତା ଦେଖାରେ ସାମୟିକ ସମସ୍ୟା ଦେଖି ଦେଇଥିବାରୁ ଫଳଫଳ ନେଇ ମନରେ ଆଶଙ୍କା ଥିଲା । ଯେଉଁ ଭଳି ପରିସ୍ଥିତିରେ ଖାତା ଦେଖି ହେଲା ସେଥିଯୋଗୁଁ ଆଶାନୁରୂପକ ଫଳ ମିଳିବକି ନାହିଁ ଦ୍ୱନ୍ଦ୍ୱ ରେ ଥିଲେ ଶୁଭଶ୍ରୀ । ତଥାପି ଆଶା ଠାରୁ କମ୍ ମାର୍କ ପାଇଛି ବୋଲି ସେ କହିଛନ୍ତି । ତେବେ ଖୁସିର ବିଷୟ ଏହାଯେ ସଂସ୍କୃତରେ ୧୦୦ରୁ ୧୦୦ ନମ୍ବର ରଖିଛନ୍ତି । ଏହା ପରେ ସେ ଯୁକ୍ତଦୁଇ ବିଜ୍ଞାନରେ ଅଧ୍ୟୟନ କରିବେ ବୋଲି ଚିନ୍ତା କରିଛନ୍ତି । ତେବେ ଭବିଷ୍ୟତରେ ଡାକ୍ତର ହେବାକୁ ଲକ୍ଷ୍ୟ ଥିବାରୁ ଏହାପରେ ମେଡିକାଲ ପାଇଁ ପ୍ରସ୍ତୁତ ହେବେ ବୋଲି ଶୁଭଶ୍ରୀ କହିଛନ୍ତି । ମୂଲ୍ୟବାନ ସମୟ ନଷ୍ଟ ନକରି ମନଦେଇ ପାଠ ପଡନ୍ତୁ ଓ ପରୀକ୍ଷାରେ ଆହୁରି ଭଲ କରିବା ପାଇଁ ଚେଷ୍ଟା କରିବା ଉଚିତ୍ ବୋଲି ସେ ଆଗାମୀ ପିଢି ଛାତ୍ରଛାତ୍ରୀଙ୍କ ପାଇଁ ବାର୍ତା ଦେଇଛନ୍ତି ।

Leave A Reply

Your email address will not be published.

1 × 1 =