ୱା ଶିଂଟନ-ରୁଷ ଓ ଚାଇନା ପ୍ରସ୍ତୁତ କରୋନା ଟିକା ବ୍ୟବହାର କରିବନି ଆମେରିକା ତେବେ ଆମେରିକା ସଂକ୍ରମଣ ରୋକ ବିଶେଷଜ୍ଞ ଆନ୍ଥୋନି ଫାଉସ କହିଛନ୍ତି ରୁଷ ଓ ଚାଇନା  ଟିକାକୁ  ବ୍ୟବହାର  କରିବ ନାହିଁ । କାରଣ ଏମାନେ କୌଣସି ପ୍ରକାରର ସୁରକ୍ଷା ବ୍ୟବସ୍ଥାକୁ ପରୀକ୍ଷା ବେଳେ ବ୍ୟବହାର କରିନାହାନ୍ତି । ଉଭୟ ଦେଶ ପ୍ରସ୍ତୁତ କରିଥିବା ଟିକାକୁ ଭଲ  ଭାବେ ପରୀକ୍ଷା କରି ବଜାରକୁ ଛାଡିବେ ବୋଲି  ମୋର ଆଶା । ଆସନ୍ତା ସେପ୍ଟେମ୍ବର ମାସରେ ରୁଷ ଦ୍ୱାରା ପ୍ରସ୍ତୁତ ଟିକା ବଜାରକୁ  ଆସିବ ବୋଲି ସୂଚନା ମିଳିଛି ।  କରୋନା ଟିକା ପାଇଁ ଆମେରିକା ଫାର୍ମା ଜିଆଂଟ ସାନଫୋଇ ଓ ଜିଏସକେକୁ ୨.୧ ବିର୍ଲିୟନ ଡଲାରର ଆର୍ଥିକ ସହାୟତା ଘୋଷଣା କରିଛି । ଏହି କରେନା ଭାଇରସ ଆମେରିକାରେ ଅଧିକ କ୍ଷତି ଘଟାଇଛି ।