ଜନଜାତି ବିଦ୍ୟାଳୟର ମାଟ୍ରିକ ପରୀକ୍ଷାରେ ସଫଳତା

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ସାର୍ଟିଫିକେଟ ପରୀକ୍ଷାର ଫଳ ବୁଧବାର ପ୍ରକାଶ ପାଇଯାଇଛି । ବହୁ ଘାତ ପ୍ରତିଘାତ ମଧ୍ୟରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ବାହାରିଥିବା ବେଳେ ରେଜଲ୍ଟ ମଧ୍ୟ ବେଶ୍ ଉତ୍ସାହଜନକ ରହିଛି । ସେହିପରି ଚଳିତ ବର୍ଷ ଜିଲ୍ଲାର ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କର ମଧ୍ୟ ମାଟ୍ରିକ ପରୀକ୍ଷାଫଳ ପ୍ରକାଶିତ ହୋଇଯାଇଛି । ଜିଲ୍ଲାରେ ଥିବା ୬୦ଗୋଟି ବିଭାଗ ଦ୍ୱାରା ପରିଚାଳିତ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଥିବା ୯୧ ପ୍ରତିଶତ ଛାତ୍ରଛାତ୍ରୀ କୃତିତ୍ୱ ଅର୍ଜ୍ଜନ କରିଛନ୍ତି ।ଏହି ବାବଦରେ ମୟୂରଭ ଜୋନର ମଣ୍ଡଳାଧିସ ଚନ୍ଦ୍ରଭାନୁ ମହାପାତ୍ର ପକ୍ଷରୁ ଏକ ବିବରଣୀ ପ୍ରକାଶ ପାଇଛି । ତତ୍ ଅନୁଯାୟୀ ଚଳିତବର୍ଷ ମୟୂରଭ ଜିଲାରେ ସମୁଦାୟ ୬୦ଟି ଉଚ୍ଚ ବିଦ୍ୟାଳୟର ସମୁଦାୟ ୪୧୪୮ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ ୩୭୯୮ ଜଣ ଉତୀର୍ଣ୍ଣ ହୋଇଥିବା ବେଳେ ୩୫୦ ଜଣ ଫେଲ ହୋଇଛନ୍ତି । ତେବେ ପ୍ରକାଶ ପାଇଥିବା ମାଟ୍ରିକ ଫଳାଫଳ ଅନୁଯାୟୀ ଜିଲ୍ଲାରେ ଏ-୧ ଗ୍ରେଡ୍ ରେ ୦୨ଜଣ , ଏ-୨ ଗ୍ରେଡ୍ ରେ ୧୧ ଜଣ , ବି-୧ଗ୍ରେଡ ରେ ୭୫ଜଣ ଓ ବି -୨ ଗ୍ରେଡରେ ୨୭୩ ଜଣ ପାସ କରିଛନ୍ତି । ସେହିପରି ସି ଗ୍ରେଡ୍ ରେ ୫୨୬ ଜଣ, ଡି ଗ୍ରେଡ୍ ରେ ୧୧୧୮ଜଣ , ଇ ଗ୍ରେଡ୍ ରେ ୧୭୯୩ ଜଣ ପାସ କରିଥିବା ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲାର ୮ଗୋଟି ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ବିଶୋଇ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଇସିତା ମାଇତି ଓ ଠାକୁରମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟର ସ୍ମୃତିସ୍ନିଗ୍ଧା ଜେନା ୯୦ପ୍ରତିଶତରୁ ଅଧିକ ନମ୍ବର ରଖି ଉତୀର୍ଣ୍ଣ ହୋଇଛନ୍ତି । ଉକ୍ତ ସଫଳତା ପାଇଁ ଶ୍ରୀ ମହାପାତ୍ର ବିଭାଗୀୟ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟତ୍ରୀ ମାନଙ୍କୁ ଧନ୍ୟବାଦ ଦେବା ସହିତ ସଫଳତାର ଶ୍ରେୟ ଦେଇଛନ୍ତି ।

Leave A Reply

Your email address will not be published.

2 × 4 =