ସୁବର୍ଣ୍ଣରେଖା ମୁଖ୍ୟ କେନାଲରେ ଘାଇ : ଚାଷଜମି ଜଳମଗ୍ନ

ଭୁବନେଶ୍ୱର: ଜିଲ୍ଲାରେ ପ୍ରବାହିତ ସୁବର୍ଣ୍ଣରେଖା ମୁଖ୍ୟ କେନାଲରେ ଘାଇ ହେବା ଫଳରେ ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ ହୋଇଯାଇଛି । ସୂଚନା ଅନୁଯାୟୀ ମୟୂରଭ ଜିଲ୍ଲା କୁଳିଅଣା ବ୍ଲକ ଗାଡୁଭଙ୍ଗା ଗାଁ ଦେଇ ଯାଇଥିବା ସୁବର୍ଣ୍ଣରେଖା ମୁଖ୍ୟ କେନାଲରେ ସାମାନ୍ୟ ଫାଟ ସୃଷ୍ଟି ହୋଇଥିଲା ତାହା ଦେଖି ଗ୍ରାମବାସୀ ମାନେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ କିନ୍ତୁ କିଛି ସୁଫଳ ମିଳିନଥିଲା । ପରେ ଫାଟଟି ବଡ଼ ହେବ ସହିତ ରାସ୍ତାଟି ଧୋଇହୋଈ ଯାଇଥିଲା । କେନାଲ ତଳରେ ଥିବା ଗଡୁଭଙ୍ଗା, କୁଆବୁଡା , ଧୋଦୀପଡା,ମାରାଙ୍ଗତାଣ୍ଡି ଗ୍ରାମର ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ସହିତ ମାଟି ଚୋରି ଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।ଚାଷୀ ମାନଙ୍କ କହିବା ମୁତାବକ ବିଭାଗୀୟ ଅଧିକାରୀଙ୍କ ଙ୍କ ଖମଖିଆଲି ନୀତି ପାଇଁ ସେମାନଙ୍କର ବର୍ଷ ସାରାର ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା । ଏଥି ନିମନ୍ତେ ଗ୍ରାମବାସୀ ମାନେ କ୍ଷତିପୂରଣ ବାବଦରେ ଦାବି କରିଛନ୍ତି । ଦାବି ପୂରଣ ନ ହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଘଟଣା ସ୍ଥଳରେ ବିଭାଗୀୟ ଅଧିକାରୀ ତହସିଲଦାର ପହଁଚି କ୍ଷୟକ୍ଷତି ଆକଳନ କରୁଛନ୍ତି । ତେବେ କେନାଲ ନିର୍ମାଣ କାମ ନିମ୍ନ ମାନର ହୋଇଥିବାରୁ ଏପରି ଅବସ୍ଥା ହେଉଥିବାର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

2 × four =