ବ୍ରହ୍ମପୁର: ବ୍ରହ୍ମପୁର ଉପକଂଠ ସ୍ଥିତ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁରୁଂଠି ଓ ହୁଗୁଳାପଟା ଗ୍ରାମ ପଞ୍ଚାୟତରୁ ତିନୋଟି ନକଲି ଗୁଟୁଖା କାରଖାନା ଜବତ ହୋଇଛି । ବ୍ରହ୍ମପୁର ଉପଜିଲ୍ଲାପାଳ ଶନିବାର ଚଢାଉ କରି ଏହି ତିନୋଟି ନକଲି କାରଖାନା ସମେତ ଗୋଦାମ ଘରୁ ବହୁ ଗୁଟୁଖା ତିଆରି ଉପକରଣ, ଏଥିପାଇଁ ଆବଶ୍ୟକ ହେଉଥିବା କଞ୍ଚାମାଲ ଓ ଗୁଟୁଖା ଜବତ କରି ସଦର ଥାନାକୁ ହସ୍ତାନ୍ତର କରିଛନ୍ତି ।
ଜବତ ଉପକରଣ ଓ ଗୁଟୁଖାର ମୂଲ୍ୟ ଦେଢ କୋଟି ଟଙ୍କା ହେବ । ସଦର ଥାନା ଏହି ସମ୍ପର୍କରେ ଅଧିକ ତଦନ୍ତ କରି ୮ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଉପଜିଲ୍ଲାପାଳ ଚଢାଉ କଲାବେଳେ ତାଙ୍କ ସହିତ କୁକୁଡାଖଣ୍ଡି ତହସିଲଦାର ଓ ସଦରଥାନା ଆଇଆଇସି ଉପସ୍ଥିତ ଥିଲେ ।