ସଫଳତାର ସହ ଓହ୍ଳାଇଲା ସ୍ପେସ ଏକ୍ସ ଡ୍ରାଗନ୍


ୱାଶିଂଟନ- ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଓ ଘରୋଇ ସ୍ପେସ୍ ଏଜେନ୍ସି ମିଳିତ ମହାକାଶ ଯାନ ସଫଳ ହୋଇଛି । ମହାକାଶଚାରୀ କମାଣ୍ଡର ବବ୍ ବେହେଙ୍କେନ୍ ଓ ପାଇଲଟ୍ ଡଗ୍ ହର୍ଲି ଭୂପୃଷ୍ଠକୁ ଅବତରଣ କରିଛନ୍ତି । ମହାକାଶଚାରୀ ଫ୍ଲୋରିଡା ଉପକୂଳ ସମୁଦ୍ରରେ ପାରାଚୁ୍ୟଟ୍ ଦ୍ୱାରା ଓହ୍ଲାଇଥିଲେ । ସେଠାରେ ବୋଟ୍ ଦ୍ୱାରା ସେମାନଙ୍କୁ ଉଦ୍ଧାର କରଯାଇଥିଲା । କମାଣ୍ଡ ବବ୍ ବେହେଙ୍କେନ୍ ଓ ପାଇଲଟ୍ ଡଗ୍ ହର୍ଲି ଇଂଟରନ୍ୟାସନାଲତ ସ୍ପେସ୍ ଷ୍ଟେସନରେ ୨ ମାସ ରହିବା ପରେ ପୃଥିବୀକୁ ଅବତରଣ କରିଥିଲେ । ମହାକାଶଚାରୀଙ୍କ ସଫଳ ପ୍ରତ୍ୟାବର୍ତନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆଗାମୀ ଦିନରେ ସ୍ପେସ ଏକ୍ସ ଓ ନାସା ମହାକାଶ ମିଶନ ଜାରି ରହିବେ ବୋଲି ନାସା ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

5 × one =