ସାମ୍ବାଦିକଙ୍କ ଘରୁ ଲୁଟ

ଭୁବନେଶ୍ୱର: ରାଜଧାନୀର ଜନସାଧାରଣ ସୁରକ୍ଷିତ ନୁହଁନ୍ତି । ରାଜଧାନୀରେ ଦିନକୁ ଦିନ ଲୁଟ ତରାଜ ବଢି ବଢି ଚାଲିଛି । କିଛି ଦନ ତଳେ ଭିଜିଲାନ୍ସ ଡିସିପି ତନୁଜା ମହାନ୍ତିଙ୍କ ଘରୁ ଦୂବୃତମାନେ ତାଙ୍କର ସୁନା ଗହଣା ଲୁଟ କରିନେଇ ଯାଇ ବନ୍ଧୁକ ଦେଖାଇ ମାରିଦେବାକୁ ଧମକ ଦେଇ ଖସିଗଲେ । ପୋଲିସ ଅସହାୟ ସୁଚନା ଯୋଗ୍ୟ ଯେ ଗତକାଲି ରାତିରେ ସରକାରୀ ବାସଗୃହ ନଂ- ଆଇଭିବି-୨୪/୧ ୟୁନିଟ ୩ରୁ ଓଡିଆର ସମ୍ମାନ ଦୈନିକ ସମ୍ବାଦ ପତ୍ରର ସମ୍ପାଦକ ଲିଙ୍ଗରାଜ ମହାନ୍ତିଙ୍କ ଘରୁ ସମସ୍ତ ଜିନିଷ ଲୁଟ ହୋଇଯାଇଛି । ଶ୍ରୀ ମହାନ୍ତିଙ୍କ ଘରୁ ଅଫିସରେ ବ୍ୟବହୃତ କମ୍ପ୍ୟୁଟର, ପ୍ରିଣ୍ଟର, ଆଟାଚ ୫ଟା ସମସ୍ତ କାଗର ପତ୍ର ଓ ଦୁଇ ବର୍ଷର ସଂରକ୍ଷିତ କପି ଦୈନିକ ଓ ସାପ୍ତାହିକ କାଗଜର ଓ ୪ଟି ଆଲୁମିନିୟମ କବାଟ ଓ ସମସ୍ତ ଘର ଆସବାବ ପତ୍ର ଓ ଅନେକ କିଛି ଲୁଟ କରିନେଇଛନ୍ତି । ଏହି ବିଷୟରେ ଶ୍ରୀ ମହାନ୍ତି ଖାରବେଳ ନଗର ଥାନାରେ ଅଭିଯୋଗେ ଦାଖଲ କରିଛନ୍ତି ଓଏହାର ଏଫ.ଆଇ.ଆର ନଂ ୧୬୮, ତା-୦୨.୦୮.୨୦୨୦ ଖାରବେଳ ନଗର ଥାନାରେ ଡିପୋଜିଟ କରି ତଦନ୍ତ ଚାଲୁ ରଖିଛନ୍ତି । ଖାରବେଳ ଥାନା ଅଧି କାରୀଙ୍କୁ ଶ୍ରୀ ମହାନ୍ତି ସନ୍ଦିଗ୍ଧ ବ୍ୟକ୍ତିଙ୍କ ନାମ ଓ ମୋବାଇଲ ନଂ ଦେଇ ତଦନ୍ତରେ ସହଯୋଗ କରିଛନ୍ତି କିନ୍ତୁ ପୋଲିସ ମାଳିସାହିରେ ରହୁଥିବା ସନ୍ଦିଗ୍ଧ ଘରକୁ ନଯାଇ କହୁଛନ୍ତି କୋଭିଡ ଭୟରେ ଯାଇହଉନି । କବାଡି ବାଲା ଚୋରି କରିଥିବାର ସୁଚନା ଦେବା ପରେ ବି ପୋଲିସର ଭୂମିକାକୁ ନେଇ ସନ୍ଦେହ ଉଠୁଛି । ତଦନ୍ତର ଅଗ୍ରଗତି ସନ୍ତୋଷ ଜନକ ନୁହେଁ ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

14 − 10 =