କ୍ରାନ୍ତି ଦିବସରୁ ସପ୍ତାହବ୍ୟାପୀ ଜୀବନବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରିବ ‘ଓଡ଼ିଶା ମୋ ପରିବାର’

ଭୁବନେଶ୍ୱର: କ୍ରାନ୍ତି ଦିବସରୁ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ସପ୍ତାହବ୍ୟାପୀ ଜୀବନବିନ୍ଦୁ ରକ୍ତଦାନ ଶିବିର ଆରମ୍ଭ ହେବ । ସାରା ରାଜ୍ୟରେ ଚାଲିବ ଏହି ସ୍ୱତନ୍ତ୍ର ଅଭିଯାନ । ଅଗଷ୍ଟ ୯ ତାରିଖରୁ ୧୫ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଭିଯାନ ରାଜ୍ୟର ସମସ୍ତ ଜିଲାରେ ଆୟୋଜନ ହେବ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ‘ଓଡ଼ିଶା ମୋ ପରିବାର’ ଆବାହକ ଅରୂପ ପଟ୍ଟନାୟକ, ମୁଖ୍ୟ ସଂଯୋଜକ ଦେବୀ ପ୍ରସାଦ ମିଶ୍ର ଏବଂ ସହ ମୁଖ୍ୟ ସଂଯୋଜକ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଛନ୍ତି । ଓଡିଶାରୁ ରକ୍ତ ସଙ୍କଟ ଦୂର କରିବା ପାଇଁ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ସପ୍ତାହେ ବ୍ୟାପି  ରକ୍ତଦାନ ଶିବିର ଆୟୋଜନ କରାଯିବ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ କାହାକୁ ଯେମିତି ରକ୍ତର ଅଭାବ ନରୁହେ। ମୁଖ୍ୟମନ୍ତ୍ରୀଙ୍କ ସେହି ଆହ୍ବାନକୁ  ‘ଓଡ଼ିଶା ମୋ ପରିବାର’ ଏକ ପାଦ ଆଗକୁ ନେଇଛି ।  କୋଭିଡ୍ ସଂକଟରେ ଛୋଟ ଛୋଟ କ୍ୟାମ୍ପ ଗୁଡିକର ଆୟୋଜନ କରି କ୍ରାନ୍ତି ଦିବସରୁ ସ୍ୱାଧୀନତା ଦିବସ ଯାଏଁ ଏହି ୭ ଦିନ ୩୨ଟି ସ୍ଥାନରେ ରକ୍ତଦାନ ଅଭିଯାନ କରିବ ‘ଓଡ଼ିଶା ମୋ ପରିବାର’ । ଏଥିରେ ଆଗ୍ରହ ଥିବା ବ୍ୟକ୍ତି ସବୁ ସାମିଲ ହୋଇପାରିବେ । ଏଥିପାଇଁ ମୋ ଓଡିଶା ପକ୍ଷରୁ ସବୁ ପ୍ରକାର ନିର୍ଦ୍ଦେଶନା ଦିଆଯାଇଛି । କୋଭିଡ୍ ନିୟମ ସହ ୭ ଦିନ ଧରି ଏହି ଅଭିଯାନ ଚାଲିବ । ଏ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ସ୍ୱେଚ୍ଛାସେବୀଙ୍କୁ ଉତ୍ସାହିତ କରାଯିବ । ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟରେ ପାଖାପାଖି ୨ ଲକ୍ଷ ୟୁନିଟ ରକ୍ତ ସଂଗୃହୀତ ହେଉଥିବା ବେଳେ, କରୋନା ପାଇଁ ରକ୍ତଭଣ୍ଡାରରେ ସଂକଟ ଦେଖାଦେଇଛି । ଏଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ଏ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଉଛି । ପ୍ରତି ଜିଲାର ବିଧାୟକ, ସାସଂଦ, ଜନପ୍ରତିନିଧି, ସ୍ୱେଚ୍ଛାସେବୀ, ମହିଳା ସଂଗଠନଙ୍କୁ ସପ୍ତାହବ୍ୟାପୀ ଚାଲିବାକୁ ଥିବା ରକ୍ତଦାନ ଶିବିରକୁ ସଫଳ କରିବାକୁ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ  ଆହ୍ୱାନ ଦିଆଯାଇଛି ।

Leave A Reply

Your email address will not be published.

two + six =