ଭୁବନେଶ୍ୱର: ଚଳିତ ବର୍ଷ ଉଚ୍ଚମାଧ୍ୟମିକ ଶିକ୍ଷାନୁଷ୍ଠାନ ଗୁଡିକରେ ନାମଲେଖା ଗୁଡିକରୁ ରାଜ୍ୟର ସମସ୍ତ ହାଇସ୍କୁଲ ଗୁଡିକର ସ୍ଥିତି ଯାଞ୍ଚ କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ବିଦ୍ୟାଳୟ ଫଳାଫଳ, ଶିକ୍ଷାଦାନ ବ୍ୟବସ୍ଥା, ଭିତିଭୂମି ଆନତ ତନଖି କରାଯିବ । ସ୍ୱୀକୃତି ପାଇଁ ବିଦ୍ୟାଳୟ ଯୋଗ୍ୟ କି ନା ତାହାର ତଦାରଖ ହେବ । ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶାଳୟର ୬୭ ଜଣ ଅଧିକାରୀଙ୍କୁ ବିଭିନ୍ନ ବିଦ୍ୟାଳୟ ଗସ୍ତରେ ଯିବା ପାଇଁ ଦାୟିତ୍ୱ ଦିଆଯାଇଛି । ତେବେ ଅଧିକାରୀମାନେ ଭୁବନେଶ୍ୱରରୁ ବିଭିନ୍ନ ଜିଲାକୁ ଯିବା ପାଇଁ ଥିବା କଟକଣା ହଟାଇବା ନିମନ୍ତେ ନିଦେ୍ର୍ଧଶାଳୟ ପକ୍ଷରୁ ଜିଲା ପ୍ରଶାସନକୁ ଚିଠି ଲେଖାଯାଇଛି ।
ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ଅଧୀନରେ ଥିବା ବିଦ୍ୟାଳୟଗୁଡିକ ସ୍ୱୀକୃତି ଯାଞ୍ଚ ନିମନ୍ତେ ଭାରପ୍ରାପ୍ତ ଅଧିକାରୀଙ୍କ ସୁଯୋଗ ଦେବା ନିମନ୍ତେ ସେମାନଙ୍କ ଉପରୁ କଟକଣା ହଟାଇବା ଦିଗରେ ପଦକ୍ଷେପ ନେବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶକ ବୃନ୍ଦାବନ ବେହରା ଜିଲାପାଳମାନଙ୍କୁ ଚିଠି ଲେଖିଛନ୍ତି । ଏହି ମର୍ମରେ ଶ୍ରୀ ବେହେରା ଅନୁଗୋଳ, ବାଲେଶ୍ୱର, ବରଗଡ, ଭଦ୍ରକ, ବଲାଙ୍ଗିର, କଟକ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡା, ଖୋର୍ଦ୍ଧା, କୋରାପୁଟ, ମୟୁରଭଞ୍ଜ, ନୟାଗଡ, ପୁରୀ, ସମ୍ବଲପୁର ଓ ସୋନପୁର, ଜିଲାପାଳଙ୍କୁ ଚିଠି ଲେଖିଛନ୍ତି ।
ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଚଳିତ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ବୈଠକ ବସିବ । ଏହା ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ଅଧୀନରେ ଥିବା ବିଭିନ୍ନ ଶାଖାର ଅଧିକାରୀମାନଙ୍କୁ ଭୁବନେଶ୍ୱରରୁ ବିଭିନ୍ନ ଜିଲା ଗସ୍ତରେ ଯିବା ପାଇଁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଅଧିକାରୀମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ ତନଖି କରିବା ସହିତ ସରକାରୀ ସ୍ୱୀକୃତି ପାଇଁ ଥିବା ସର୍ତାବଳି ସେସବୁ ପ୍ରତିଷ୍ଠାନ ପାଳନ କରିଛନ୍ତି କି ନା ତାହାର ଅନୁଧ୍ୟାନ କରି ରିପୋର୍ଟ ଦେବେ । ଉକ୍ତ ରିପୋର୍ଟ ଆଧାରରେ ହାଇ କମିଟି ବୈଠକରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ସ୍ୱୀକୃତି ବିଷୟରେ ନିଷ୍ପତି ନିଆଯିବ । ଯେଉଁ ଶିକ୍ଷାନୁଷ୍ଠାନ ସର୍ତାବଳି ଆଧାରରେ ପଦକ୍ଷେପ ନେଇ ନଥିବେ ସେଠାରେ ଆଗାମୀ ବର୍ଷ ନାମଲେଖା ଉପରେ କଟକଣା ଜାରି କରାଯିବ । ଏହାକୁ ଦୃଷ୍ଟିରେ ରଖି ଅଧିକାରୀମାନେ ଯେପରି ସୁବିଧାରେ ସବୁ ଜିଲାକୁ ଯାଇ ଉଚ୍ଚ ଶିକ୍ଷାନୁଷ୍ଠାନ ତନଖି କରିପାରିବେ ସ୍ଥେିପାଇଁ ପୂର୍ବରୁ ଲାଗୁ ହୋଇଥିବା କଟକଣା ହଟାଇବା ନିମନ୍ତେ ନିଦେ୍ର୍ଧଶକ ଜିଲାପାଳମାନଙ୍କ ସହଯୋଗ ଲୋଡିଛନ୍ତି ।