ଏ ଏନ ଏମ କର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାରିପଦା: ମୟୂରଭ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୧୯ ବାଘରାରୋଡ଼ ଅଞ୍ଚଳରେ ରହୁଥିବା ଜଣେ ଏ ଏନ ଏମ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ତାଙ୍କ ଶଶୁର ଘରୁ ମିଳିଛି । ତେବେ ମୃତ ମହିଳାଙ୍କ ଶଶୁର ଘର ପକ୍ଷରୁ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ତାଙ୍କ ବାପଘର ପକ୍ଷରୁ ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି । ମିଳୁଥିବା ସୂଚନା ଅନୁଯାୟୀ ମୃତ ମୋନାଲିଶା ଗିରି ୪ ବର୍ଷ ପୂର୍ବେ ବାରିପଦା ସହର ସ୍ଥିତ ବିମଲ ଚନ୍ଦ୍ର ଘୋଷଙ୍କ ପୁତ୍ର ବିଷ୍ଣୁପଦ ଘୋଷଙ୍କୁ ପ୍ରେମ ବିବାହ କରିଥିଲେ ।ବର୍ତମାନ ତାଙ୍କର ଏକ ୧୦ ମାସର ଶିଶୁକନ୍ୟା ମଧ୍ୟ ଅଛି । ସେ ବର୍ତମାନ ବାରମାଇଲ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏ ଏନ ଏମ ଭାବେ କାର୍ଯ୍ୟରତ । ତେବେ ରବିବାର ଦିନ ସକାଳ ୧୦ ଟା ସମୟରେ ମୋନାଲିସାଙ୍କ ମାଁ ତାଙ୍କ ସହିତ ମୋବାଇଲରେ କଥା ହୋଇଥିବା ବେଳେ ଦିନ ୧୨ଟା ସମୟରେ ହଠାତ ଝିଅର ଶଶୁର ଘରେ ପକ୍ଷରୁ ତାଙ୍କ ଝିଅ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିବାର ଖବର ଆସିଥିଲା । ତେବେ ଆସନ୍ତା କାଲି ପୋଷ୍ଟ ମାର୍ଟମ ରିପୋର୍ଟ ଆସିବ ପରେ ପ୍ରକୃତ ସତ ସାମ୍ନା କୁ ଆସିବ ବୋଲି ପରିବାର ପକ୍ଷରୁ ଆଶା ବାନ୍ଧିଛନ୍ତି ।

Leave A Reply

Your email address will not be published.

19 − eighteen =