ପୁରୀ- ଅଯୋଧ୍ୟା ରାମ ମନ୍ଦିର ଭୂମିପୂଜା ପାଇଁ ପୁରୀ ଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ପଟ୍ଟଯୋଶୀ ଜନାର୍ଦ୍ଧନ ମହାପାତ୍ର ଏନେଇ ଏକ ସୂଚନା ଦେଇଛନ୍ତି । କୋଟି କୋଟି ଭକ୍ତଙ୍କ ଭକ୍ତିଭାବ ଯୋଗୁ ଆଜି ରାମ ମନ୍ଦିା ହେବାକୁ ଯାଉଛି, ତେଣୁ ସେମାନଙ୍କ କଲ୍ୟାଣ କାମନା କରି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି ଜଗନ୍ନାଥ ମନ୍ଦିର ମୁଖ୍ୟ ପୂଜକ । ଏଥିପାଇଁ ଆଜ୍ଞମାଳ ମଧ୍ୟ ପ୍ରଦାନ କରାଯାଇଛି ।