ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୧୮କୁ ବୃଦ୍ଧି


ଭୁବନେଶ୍ୱର- ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତ୍ୟେକ ଦିନ ରେର୍କଡ ପାର କରୁଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ପୁଣି ୧୩୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୨୦୧, ଖୋର୍ଦ୍ଧା ୧୯୬, କଟକ ୧୬୮, ଅନୁଗୁଳ ୪, ବାଲେଶ୍ୱର ୩୧, ବରଗଡ ୧୪, ଭଦ୍ରକ ୨୨, ବଲାଙ୍ଗୀର ୧୧,ବୈଦ୍ଧ ୧, ଢେଙ୍କାନାଳ ୫, ଗଜପତି ୭୫, ଜଗତସିଂହପୁର ୨୧, ଯାଜପୁର ୨୪, ଝାରସୁଗୁଡା ୧୦, କଳାହାଣ୍ଡି ୧୩, କନ୍ଧମାଳ ୨୦, କେନ୍ଦ୍ରାପଡା ୩୭, କେନ୍ଦୁଝର ୮୦, କୋରାପୁଟ ୩୧, ମାଲକାନାଗିରି ୩୮, ମୟୂରଭଞ୍ଜ ୧୫, ନବରଙ୍ଗପୁର ୭, ନୟାଗଡ ୬୦, ପୁରୀ ୭୩, ରାୟଗଡା ୨୨, ସମ୍ବଲପୁର ୭୨, ସୋନପୁର ୩, ସୁନ୍ଦରଗଡ ୮୩ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୧୮ରେ ପଂହଚିଥିବା ବେଳେ ୨୪୪୮୨ ସୁସ୍ଥ ହୋଇଛନ୍ତି । ବର୍ତମାନ ସୁଦ୍ଧା ୧୪,୨୬୭ ସକ୍ରିୟ ମାମଲା ରହିଛି ।

Leave A Reply

Your email address will not be published.

4 × one =