ନୂଆଦିଲ୍ଲୀ- ଦୀର୍ଘ ୪ ଧରି ବନ୍ଦ ରହିଥିବା ଯୋଗକେନ୍ଦ୍ର ଓ ଜିମ୍ ସେଂଟର ଆଜି ଖୋଲିଛି । ଏଥିପାଇଁ କେନ୍ଦ୍ରସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି ।
୧- କଂଟେନମେଂଟ ଜୋନ ବାହାରେ ଥିବା ଜିମ୍ ଓ ଯୋଗକେନ୍ଦ୍ରକୁ ଅନୁମତି ମିଳିଛି ।
୨- ୬୫ ବର୍ଷୀୟ ବୟସ୍କ ବ୍ୟକ୍ତି , ଗର୍ଭବତୀ ଓ ୧୦ ବର୍ଷରୁ କମ୍ ଶିଶୁଙ୍କ ପ୍ରବେଶ ଉପରେ କଟକଣା ରହିଛି ।
୩- ଯୋଗାଭ୍ୟାସ ଓ ବ୍ୟାୟମ ବେଳେ ମାସ୍କ ପିନ୍ଧିବା ସହିତ ଅଅତିକମ୍ରେ ୬ ଫୁଟ୍ ଦୂରତା ବଜାୟ ରଖିବା ପାଇଁ କୁହାଯାଇଛି ।
୪- ଛୋପ ପକାଇବା ପାଇଁ ମଧ୍ୟ ବାରଣ କରାଯାଇଛି ।
୫- ବ୍ୟାୟମ ଉପକରଣ ବ୍ୟବହାର ପୂର୍ବରୁ ହାତକୁ ସାନିଟାଇଜ କରିବାକୁ ନିର୍ଦେଶ ରହିଛି ।