ଅଶୋକ ଦାସ ଫାଉଣ୍ଡେସନ ଆନୁକୂଲ୍ୟରେ ରକ୍ତ ଦାନ ଶିବିର

ଯାଜପୁର: ଯାଜପୁର ଜିଲ୍ଳାର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ଅଶୋକ ଦାସ ଫାଉଣ୍ଡେସନ ଓ ମା’ ବିରଜା ମୁକ୍ତ ମଣ୍ଡପ ସେବାୟତ ପରିଷଦର ମିଳିତ ଆନୁକୂଲ୍ୟରେ ବିରଜା ମନ୍ଦିର ନିକଟସ୍ଥ ବିରଜା କଲ୍ୟାଣ ମଣ୍ଡପରେ ଆଜି ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲ୍ଲାରେ ରକ୍ତ ଅଭାବରୁ କାହାକୁ ମରିବାକୁ ଦିଆଯିବ ନାହିଁ ବୋଲି ଯାଜପୁର ବିଧାୟକ ତଥା ବିଜେଡ଼ି ରାଜ୍ୟ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଆହ୍ୱାନରେ ଅଶୋକ ଦାସ ଫାଉଣ୍ଡେସନ ତରଫରୁ ଯାଜପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରାଯାଉଛି । ଏହି ଯୋଜନାକୁ ସଫଳ କରିବା ପାଇଁ ବିରଜା ମନ୍ଦିରର ଶ୍ରୀ ଅଙ୍ଗଲାଗି ସେବାୟତମାନେ ସହଯୋଗ କରି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ମହାମାରୀ କରୋନା ସମୟରେ ଜିଲ୍ଳା ତଥା ରାଜ୍ୟରେ ରକ୍ତର ଅଭାବ ଦେଖା ଦେଇଥିବାରୁ ଏହି ଅଭାବକୁ ଦୂର କରିବା ପାଇଁ ବିରଜା ମନ୍ଦିରର ବ୍ରାହ୍ମଣମାନେ ଏକ ଅଭିନବ ପ୍ରୟାସ କରିଥିବାରୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ଏହି ଶିବିରରେ ୨୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଶିବିରକୁ ଯାଜପୁର ଜିଲ୍ଳାପାଳ ରଂଜନ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଉପଜିଲ୍ଳାପାଳ ତଥା ବିରଜା ମନ୍ଦିରର ମ୍ୟାନେଜିଂ ଟ୍ରଷ୍ଟି ନାରାୟଣ ଚନ୍ଦ୍ର ଧଳ, ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ଇନ୍ଦ୍ରମଣୀ ନାୟକ, ସହକାରୀ ଜିଲ୍ଳାପାଳ କୂଳମଣୀ ନାୟକ, ଯୁବ ସମାଜସେବୀ ସୂର୍ଯ୍ୟପ୍ରକାଶ ଦାସ, ପୂର୍ବତନ ପୈାରପାଳ ଭବ ପ୍ରସାଦ ଦାସ, ବିଡ଼ିଓ ସୈାରଭ ଚକ୍ରବର୍ତୀ ଓ ଯାହାନପୁର ପଂଚାୟତର ସରପଂଚଞ୍ଚ ସୁଧାଂଶୁ ଭୂଷଣ ଆଚାର୍ଯ୍ୟ ଯୋଗ ଦେଇଥିଲେ । ବିରଜା ମନ୍ଦିରର ବ୍ରାହ୍ମଣ ମାନଙ୍କ ଏହି ପ୍ରୟାସକୁ ସମସ୍ତ ଅତିଥି ବୃନ୍ଦ ପ୍ରଂଶସା କରିଥିବା ବେଳେ ଆୟୋଜକ ଅଶୋକ ଦାସ ଫାଉଣ୍ଡେସନର କର୍ମକର୍ତାଙ୍କୁ ଉଚ୍ଚ ପ୍ରଂଶସା କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପୂର୍ବତନ କାଉଁସିଲର ସୁରେନ୍ଦ୍ର କୁମାର ରଣା, ଯୁବନେତା ତପନ ମହାନ୍ତି, ମୃତୁ୍ୟଞ୍ଜୟ ପଟନାୟକ, ଚନ୍ଦନ ଦିକ୍ଷିତ, ଦେବାଶିଷ ରଣା ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମକୁ ସେବାୟତ ପରିଷଦ ତରଫରୁ ତାରାକାନ୍ତ ପାଣି, ଗୋପାଳ ଚନ୍ଦ୍ର ପାଣି, ଧନଞ୍ଜୟ ପାଣି, ଦିଗାମ୍ବର ପାଣି ଓ ଯୁବ ଆଇନଜିବୀ ତଥା ସେବାୟତ ପରିଷଦର ଆଇନ ପରାମର୍ଶ ଦାତା ବିପ୍ଳବ ତ୍ରୀପାଠୀ ପ୍ରମୁଖ ପରିଚାଳନା କରିଥିଲେ । ସେହିପରି ଅଶୋକ ଦାସ ଫାଉଣ୍ଡେସନ ତରଫରୁ ସଭାପତି ସବ୍ୟସାଚୀ ମହାପାତ୍ର, ମଳୟ କୁମାର ପଣ୍ଡା, ସମାଜସେବୀ ରମଣୀ ରଂଜନ ରାଉତ, ଧର୍ମେନ୍ଦ୍ର ନାୟକ, ସିନ୍ଧାନ୍ତ ଶଙ୍କର ଦାସ, ବ୍ୟାସଦେବ ରାଉତ, ଚିତତ୍ତ ରଂଜନ ବେହୁରିଆ, ଦୀପକ ଚାନ୍ଦ, ଶ୍ରୀକାନ୍ତ ସ୍ୱାଇଁ, ହିରଣ୍ୟମୟ ମହାପାତ୍ର, ପଙ୍କଜ ଧଳ, ପବିତ୍ର ଜେନା, ସୈାମ୍ୟ ରଂଜନ ବେହେରା, ସୈାମ୍ୟଜିତ୍ ନାୟକ, ତପନ ପାଣି ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ସେବାୟତ ପରିଷଦର ସଭାପତି ଦେବୀ ପ୍ରସାଦ ପାଣି ଓ କାର୍ଯ୍ୟକାରୀ ସଭାପତି ସୁକାନ୍ତ ପାଣିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମକୁ ଆୟୋଜନ କରାଯିବା ସହିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଅତିଥି ମାନଙ୍କୁ ମା’ ବିରଜାଙ୍କ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇ ସମ୍ବଦ୍ଧିତ କରାଯାଇଥିବାବେଳେ ଯାଜପୁର ଜିଲ୍ଳା ରେଡ଼କ୍ରସ କର୍ମଚାରୀମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.

11 − 5 =