ବଲାଙ୍ଗିର ୪ ଦିନ ସଟଡାଉନ


ବଲାଙ୍ଗୀର- ବଲାଙ୍ଗିର ଜିଲ୍ଲାରେ କରେନା ସଂକ୍ରମଣଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ୪ ଦିନିଆ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତା ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ସଟଡାଉନ ବଳବତର ରହିବ । ଏହି ସମୟରେ କୋଭିଡ କଟକଣା କଡାକଡି ଭାବେ ପାଳନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାଇ ଦିଆଯାଇଛି । ଯେଉଁ ବ୍ୟକ୍ତି ନିୟମ ଭଙ୍ଗ କରିବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ବଲାଙ୍ଗିରରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫୧ରେ ପଂହଚିଥିବା ବେଳେ ୩୬୨ ସୁସ୍ଥ ହୋଇଛନ୍ତି । ଏଯାବତ୍ ୧୮୯ ଆକଟିଭ ମାମଲା ରହିଛି ।

Leave A Reply

Your email address will not be published.

twelve − 10 =