କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ପ୍ଲାଜମା ଦାନ କରିବାକୁ ଆହ୍ୱାନ୍

ଭୁବନେଶ୍ୱର: କରୋନା ମହାମାରୀ ସାରା ବିଶ୍ୱରେ ନିଜର କରାଳ ଛାୟା ଖେଳାଇ ଜନମାନସକୁ ଅସ୍ତବ୍ୟସ୍ତ କରିସାରିଥିବା ବେଳେ ଭାରତ ବର୍ଷରେ ପ୍ରତିଦିନ ବହୁ ମାତ୍ରାରେ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେଉଥିବା ଦେଶ ତଥା ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଓଡିିଶାରେ କରୋନାର ସଂକ୍ରମଣ ଏବଂ କରୋନା ଜନିତ ମୃତ୍ୟୁହାର ଅନ୍ୟରାଜ୍ୟ ତୁଳନାରେ କମ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଠିକ ସମୟରେ ସଠିକ ନିଷ୍ପତି ଗ୍ରହଣ କରି ରାଜ୍ୟରେ କାର୍ଯ୍ୟକାରୀ କରୁଥିବାରୁ ଏହା ସମ୍ଭବ ହୋଇ ପାରିଛି । ତେବେ ମହାମାରୀ କରୋନା ପାଇଁ କୌଣଷି ପ୍ରତିଶେଧକ ବା ଔଷଧ ଅଦ୍ୟାବଧି ବାହାରି ନଥିବା ବେଳେ ବର୍ତମାନ ପ୍ଲଜମା ଥେରାପି ଏକ ସଫଳ ଚିକିତ୍ସା ଭାବରେ ଅନେକ ସ୍ଥାନରେ କାର୍ଯ୍ୟକାରୀ ହେଉଛି । ଏଣୁ ଓଡିଶା ସରକାର ମଧ୍ୟ ପ୍ଲାଜମା ଥେରାପି ଚିକିତ୍ସା ପଦ୍ଧତିକୁ ଆପଣେଇ ବହୁ ରୋଗୀ ସୁସ୍ଥ ହୋଇ ସାରିଲେଣି । କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ରକ୍ତରେ ଥିବା ପ୍ଲାଜମା ରେ କରୋନାକୁ ପ୍ରତିରୋଧ କରିବା ପାଇଁ ଯଥେଷ୍ଟ ପରିମାଣର ଏଂଟିବଡି ରହିଥିବାରୁ ସେମାନଙ୍କର ପ୍ଲାଜମା ସଂଗ୍ରହ କରାଯାଇ କରୋନା ସଂକ୍ରମଣରେ ଗୁରୁତର ହୋଇଥିବା ରୋଗୀଙ୍କ ଦେହରେ ପ୍ରୟୋଗ କରାଯାଉଛି । ପ୍ଲାଜମା ଦାନ ପାଇଁ କରୋନାରୁ ସୁସ୍ଥ ହୋଇଥିବା ଏବଂ ସେମାନଙ୍କ ଠାରେ ଅନ୍ୟ କୌଣଷି ରୋଗ ଅର୍ଥାତ ଡାଇବେଡିସ, ହାର୍ଟ ଇତ୍ୟାଦି ନଥିବା ଦରକାର । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ଲଜମା ସଂଗ୍ରହ ପାଇଁ ଲୋକଙ୍କୁ ଉତ୍ସାହିତ କରିବା ନିମନ୍ତେ ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ ମାନଙ୍କୁ ଦାୟୀତ୍ୱ ପ୍ରଦାନ କରିଥିବା ବେଳେ ମୟୂରଭ ଜିଲ୍ଲା ଦାୟୀତ୍ୱରେ ଅଛନ୍ତି ପଂଚାୟତିରାଜ, ପାନୀୟଜଳ, ଆଇନ ଏବଂ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା । ଗତ ୩ ତାରିଖରୁ ମନ୍ତ୍ରୀ ଶ୍ରୀ ଜେନା ମୟୂରଭ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହିତ ପ୍ଲାଜମା ଦାନ ପାଇଁ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିବାର ଜଣାଯାଇଛି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଫେସିଲେସନ ସେଂଟର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶ ମତେ ଜଟିିଳ କରୋନା ରୋଗୀଙ୍କ ପାଇଁ ପ୍ଲାଜମା ଥେରାପି ଚିକିତ୍ସାରେ ଆବଶ୍ୟକୀୟ ପ୍ଲାଜମା ସଂଗ୍ରହ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଭାବରେ ମନ୍ତ୍ରୀ ମାନଙ୍କୁ ଦାୟୀତ୍ୱ ଅର୍ପଣ କରିଛନ୍ତି । ମୟୂରଭ ଜିଲ୍ଲା ରେ ଅଦ୍ୟାବଧି ୪୬୫ଜଣ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇଥିବା ବେଳେ ସେଥି ମଧ୍ୟରୁ ପାଖାପାଖି ୩୦୦ଜଣ ପ୍ଲାଜମା ଦାନ ପାଇଁ ଯୋଗ୍ୟ ଅଟନ୍ତି ଏବଂ ସେଥି ମଧ୍ୟରୁ ୧୫୦ ଜଣଙ୍କ ସହିତ ଯୋଗାଯୋଗ କରାଯାଇଥିବା ସହିତ ଆଗାମୀ ଦିନରେ ସମସ୍ତଙ୍କ ସହ ଯୋଗାଯୋଗ କରାଯାଇ ପ୍ଲାଜମା ଦାନ ପାଇଁ ସେମାନଙ୍କୁ ଉତ୍ସାହିତ କରାଯିବ ବୋଲି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ମରୋଡା ବିଧାୟକ ରାଜକିଶୋର ଦାସ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଚେୟାରମେନ ଡାଃ ଦେବାଶିଷ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

eleven − eight =