ନିଆଁ ସହ ଖେଳିବା …

ଭୟାବହ ବିସ୍ଫୋରଣ ଘଟି ମଙ୍ଗଳବାର ରାତିରେ ଲେବାନନ୍ର ରାଜଧାନୀ ବେରୁଟ୍ ସହର ଛାରଖାର ହୋଇଯାଇଛି । ବିସ୍ଫୋରଣର ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ ଏହା ୧୫୦ ମାଇଲ ଦୁରରେ ଥିବା ସାଇପ୍ରସ ସହରକୁ ସୁବିଥିଲା । ଏହି ପ୍ରଳୟଙ୍କରୀ ବିସ୍ଫୋରଣରେ ଶତାଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ବେଳେ ପ୍ରାୟ ୪ ହଜାର ବ୍ୟକ୍ତି ଆହାତ ହୋଇଛନ୍ତି ଏବଂ ବାସଗୃହ ହରାଇଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୪ ଲକ୍ଷ ହେବ । ବେରୁଟ ବନ୍ଦର ନିକଟସ୍ଥ ଅଂଚଳରେ ଏହି ବିସ୍ଫୋରଣରେ ଅନେକ ଗୁଡ଼ିଏ କୋଠା ଭାଙ୍ଗିରୁଜି ଯାଇଛି । ତେବେ ବିସ୍ଫୋରଣର କାରଣ ଶୁଣିଲେ ଯେ କୌଣସି ବ୍ୟକ୍ତି ଅବାକ୍ ହେବା ସୁନିଶ୍ଚିତ । ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଅବସ୍ଥା ନିୟନ୍ତ୍ରଣ ଧିନ କରିବାଲାଗି ୨ ସପ୍ତାହ ପାଇଁ ଜରୁରୀକାଳିନ ପରିସ୍ଥିତି ଜାରି କରାଯାଇଛି । ଲେବାନନ୍ ରାଷ୍ଟ୍ରପତି ମିଚେଲ ଆଉନ କହିବାନୁଯାୟୀ ସାର ଓ ବୋମା ପ୍ରସ୍ତୁତି ପାଇଁ ଏହି ବନ୍ଦର ନଗରିରେ ବ୍ୟବହାର ହେବାକୁ ଥିବା ୨୭୫୦ ଟନ୍ ଆମୋନିୟମ ନାଇଟ୍ରେଟ ୬ ବର୍ଷ ଧରି ଗୋଟିଏ ଜାଗାରେ ରହିଥିଲା ବେଳେ ଏହାର ଦେଖାଶୁଣା କେହି କରୁନଥିଲେ । ହଠାତ୍ ବିସ୍ଫୋରଣରେ ଜଳିଯାଇଥିବା ଏହି ଆମୋନିୟନ ନାଇଟ୍ରେଟ ପଛର ଇତିହାସ କିଛି ଅଲଗା ବୋଲି ଯାଣିବାକୁ ମିଲିଛି । ତାହା ହେଲା, ୭ ବର୍ଷ ତଳେ ପାମାନାରୁ ଏକ ମାଳବାହି ଜାହାଜ ବେରୁଟ ବନ୍ଦରକୁ ଆସି ଯାନ୍ତ୍ରୀକ ତ୍ରୁଟି ଯୋଗୁ ରହିଯାଇଥିଲେ ବେଳେ ଏଠାରେ ଦେୟ ଦେଇ ନପାରି ଜାହାଜ ମାଲିକ ପଳାଇଯାଇଥିଲେ । ଏଥିରେ ଥିବା ଆମୋନିୟମ ନାଇଟ୍ରେଟ ବନ୍ଦର ଭିତରକୁ ଆଣି ରଖାଯାଇଥିଲା । ଏହକୁ ନଷ୍ଟକରିଦେବାଲାଗି ସ୍ଥାନୀୟ ସୀମାଶୁଳ୍କ ଅଧିକାରିମାନେ ସ୍ଥାନିୟ ଅଦାଲତରେ ୬ ଥର ଅନୁମତି ମାଗିଥିଲେ । କିନ୍ତୁ ତାହା ନଷ୍ଟ ହେବା ବଦଳରେ ବିସ୍ଫୋରଣ ଘଟି ବିପୁଳ କ୍ଷେତିଘଟିଛି । ଏପରିକି ନରୱେ, ଡଚ୍, ଜମାନି, ନେଦରଲ୍ୟଣ୍ଡ ଓ ଅଷ୍ଟେ୍ରଲିୟା ଦୁତାଅବଶ ଗୁଡ଼ିକ ଭାଙ୍ଗିରୁଜି ଯାଇଛି । ଦେଶକୁ ଅତି କମ୍ରେ ୩ ଶହ କୋଟି ଡଲାର କ୍ଷେତି ସହିବାକୁ ପଡିବ ।
ତେବେ ଏଠାରେ ଆମର କହିବାର କଥା ହେଲା ଯେ, ନିଆଁ ସହିତ ଖେଳିବା ଅନୁଚିତ । ଏତେ ପରିମାଣର ବିସ୍ଫୋରଣ ଦ୍ରବ୍ୟ ଗୋଦାମରେ ରଖିବା ଏବଂ ଗୋଟିଏ ମୁହୁର୍ତରେ ୨୭ ଶହ ୫୦ ଟନ୍ ବିସ୍ଫୋରକ ବିସ୍ଫୋରିତ ହେବା ଅତି ଭୟାନକ ଘଟଣା । ଯଦି କୋର୍ଟ ଏହା ପୂର୍ବରୁ ନଷ୍ଟ କରିବାକୁ ଅନୁମତି ଦେଇଥାନ୍ତେ, ତେବେ ବୋଧହୁଏ ଏପରି ଅଘଟଣ ଘଟିନଥାନ୍ତା । ଆମର ପଣ୍ଡିତମାନେ ଏ ସମ୍ପର୍କରେ ଯାହା ଶାସôରେ ଯାହା ଲେଖିଯାଇଛନ୍ତି, ତାହାର ସାରମର୍ମ ହେଲା ଅଗ୍ନି, ଋଣ ଓ ଶତୃ ନିଶ୍ଚିହ୍ନ ନହେବା ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଶାନ୍ତିରେ ନିଶ୍ୱାସ ମାରିବା ଅନୁଚିତ ।

Leave A Reply

Your email address will not be published.

1 × 5 =