ନବରଙ୍ଗପୁର- ନବରଙ୍ଗପୁର ଜିଲ୍ଲାକୁ ୩ ଦିନିଆ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ । ଶନିବାର ସକାଳ ୫ ଟାରୁ ୧୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ । ନବରଙ୍ଗରେ କରୋନା ସଂକମ୍ରଣ ଦ୍ରୁତ ଗତିରେ ବୃଦ୍ଧି ପାଇଥିବାରୁ ଏଭଳି ନିଷ୍ପତି ନିଆଯାଇଛି । ସ୍ଥାନୀୟ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୨ରେ ପଂହଚିଥବବା ବେଳେ ୨୫୨ ସୁସ୍ଥ ହୋଇଛନ୍ତି, ଓ ୮୮ ଜଣ ବିଭିନ୍ନ ମେଡିକାଲରେ ଚିକତ୍ସାଧୀନ ଅଛନ୍ତି । ଅପରପକ୍ଷରେ ମୃତୁ୍ୟ ସଂଖ୍ୟା ୧ ରହିଛି ।