ରାଜ୍ୟରେ ଆଉ ୬ ନୂଆ ଥାନା


ଭୁବନେଶ୍ୱର- ରାଜ୍ୟରେ ଆଉ ୬ଟି ନୂଆ ଥାନା ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ପ୍ରଦାନ କରିଛନ୍ତି । ୬ ଟି ଥାନା ଖଣ୍ଡଗିରି, ଅନୁଗୁଳ ଟାଉନ ଥାନା, ଝାରସୁଗୁଡା ଟାଉନ ଥାନା, ଭଂଜନଗର ଥାନା, ଭଦ୍ରକ ଗ୍ରାମଂଚଳ ଥାନା ଓ ତିହିଡି ଥାନା ପରିସୀମା ଭଙ୍ଗାଯାଇ ଏହି ନୂଆ ଥାନା ହେବ । ଏତଦ ବ୍ୟତିତ ଓଡିଶା ପୋଲିସର ୯୦୫ ପଦବୀର ରେସଲାଇଜେସନକୁ ବି ମଂଜୁରୀ ମିଳିଛି ।

Leave A Reply

Your email address will not be published.

8 + 7 =