ଭୋକ ବିକଳରେ ବାଲକୋନିରେ ଷଣ୍ଢ

ଧଉଳି: କଅଁଳିଆ କୃଷ୍ଣଚୂଡ଼ା ଡାଳପତ୍ର ଖାଇବା ଲୋଭରେ ଷଣ୍ଢଟି ଏକ ନିର୍ମାଣାଧୀନ ଘରର ଛାତ ଉପରକୁ ଚଢ଼ିଗଲା । ଶିଡ଼ି ଚଢ଼ି ପ୍ରଥମ ମହଲାର ବାଲକୋନିରେ ପହଂଚିଗଲା ଓ ସେ ପର୍ଯ୍ୟନ୍ତ ମେଲି ଆସିଥିବା କୃଷ୍ଣଚୂଡ଼ା ଡାଳପତ୍ର ଭିଡ଼ି ଖାଇଲା । ହେଲେ ଆଉ ତଳକୁ ଓହ୍ଲାଇବା ପାଇଁ ବାଟ ପାଇଲା ନାହିଁ । ଏମିତିକି ସେହି ଛୋଟ ବାଲ୍କୋନିରେ ଆଗପଛ ହୋଇ ବୁଲି ପାରିଲା ନାହିଁ । ବହୁ ସମୟ ସେଠାରେ ଫସି ରହିବା ପରେ ତାକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲା । ଘଟଣାଟି ଟଙ୍କପାଣି ରୋଡ଼୍ ଅଂଚଳରରେ ଚର୍ଚ୍ଚାର ବିଷୟ ହୋଇଥିଲା । ସୂଚନା ନୁସାରେ, ଟଙ୍କପାଣି ସାଇମନ୍ଦିର ନିକଟରେ ରହିଛି ଏକ ନିର୍ମାଣାଧୀନ ୩ ମହଲା ବିଲ୍ଡିଂ । ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଷଣ୍ଢଟି ଶିଡ଼ିରେ ଚଢ଼ି ଚଢ଼ି ଏକ ମହାଲା ବାଲ୍କୋନି ଉପରକୁ ଉଠି ଯାଇଥିଲା । ସେଠାରୁ ବାହାରପଟ ତାଜା ଆଡ଼କୁ ମେଲିଥିବା କୃଷ୍ଣଚୂଡ଼ା ଗଛରୁ ପତ୍ର ଖାଇଥିଲା । ବାଲ୍କୋନି ଉପରକୁ ଷଣ୍ଢ ଗଛରୁ ପତ୍ର ଖାଇବା ତଳକୁ ଆସିବା ପାଇଁ ଲୋକମାନଙ୍କ ଭିଡ଼ ଜମିଥିଲା । ବାଲ୍କୋନିରୁ ଖସି ପଡ଼ିବା ଆଶଙ୍କା କରି ଲୋକେ ଷଣ୍ଢକୁ ତଳକୁ ଆସିବା ପରଇଁ ପାଟି କରିଥିଲେ । ମାତ୍ର ଷଣ୍ଢଟି ଆଉ ବୁଲି ପାରିନଥିଲା । କି ତଳକୁ ଓହ୍ଲାଇ ପାରିନଥିଲା । ତେଣୁ ତୁରନ୍ତ ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଫୋନ୍ କରି ଜଣାଇଥିଲେ । ଖବର ପାଇ ବାଲିଅନ୍ତାସ୍ଥିତ ଅଗ୍ନିଶମ ସେବା କେନ୍ଦ୍ର କର୍ମଚାରୀ ପହଂଚି କୌଶଳରେ ଷଣ୍ଢକୁ ଦଉଡ଼ିରେ ବାନ୍ଧି ଶିଡ଼ି ବାଟ ଦେଇ ତଳକୁ ଆଣିଥିଲେ ।

Leave A Reply

Your email address will not be published.

eighteen − 11 =