ଚମ୍ପୁଆ: ମିଥ୍ୟା ଟେଣ୍ଡର କରି ମାଟି ଫିଲିଂ ନାମରେ ୪ଲକ୍ଷ ୫୫ ହଜାର ଅର୍ଥର୍ ହେରଫେର ହେବା ଅଭିଯୋଗ ପରେ ଭିଜିଲାନ୍ସ ବିଭାଗର ତଦନ୍ତ ଆରମ୍ଭ ହୋଇଛି । ୨୦୧୮ ମସିହାରେ ଟେଣ୍ଡରରେ ଚଞ୍ଚକତା କରି ଚମ୍ପୁଆ ସବଜେଲ ନିକଟରେ ଥିବା ଏକ ଖାଲ ଜାଗାକୁ ସମତୁଲ କରିବା ପାଇଁ ୪ଲକ୍ଷ ୫୫ ହଜାର ୧୮୦ ଟଙ୍କା ହେର ଫେର କରାଯାଇ ଥିବା ସୂଚନା ଆଇନ ର ତଥ୍ୟ ବଳରେ ଚମ୍ପୁଆ କଂଗ୍ରେସ ନେତା ଗୁରୁବକ୍ସ ସିଂ ଆଲୁୱାଲିଆ ଭିଜିଲାନ୍ସ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ । ସେ ସମୟର ଉପଜିଲ୍ଲାପାଳଳ ତଥା ଆର ଏମ ସିର ସଭାପତି ପାରୁଲ ପଟାୱରୀ ଓ ସଂପାଦକ ସପନ କୁମାର ସାହୁ ଦାୟିତ୍ୱରେ ଥିବା ବେଳେ ଏହି ହେରଫେର କରାଯାଇ ଥିବା ନେଇୁ ଅଭିଯୋଗ ହୋଇ ଥିଲା । ଏହି ଅଭିଯୋଗ ପାଇବା ପରେ ଭିଜିଲାନ୍ସ ତରଫରୁ ସଂପୃକ୍ତ ସ୍ତାନରେ ମାଟି ଖୋଲି ଘଟଣାର ଯାଞ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି । ଏହି ଯାଞ୍ଚ ବେଳେ ଚମ୍ପୁଆ ଆର ଏମ ସି ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିବା ଦେଖିବାକୁ ମିଳି ଥିଲା । ୨୦୧୮ ମସିହା ଡିସେମ୍ବର ୨୨ ତାରିଖରେ ଚମ୍ପୁଆ ଆରଏମସିର ଚିଠି ନଂ ୯୭ ଅନୁଯାୟୀ ବାଲି , ମୋରମ , ଏବଂ ଜେସିବି ମେସିିନ ସହିତ ୧୦୦ଟଙ୍କା ବର୍ଗ ଫୁଟ ଦରରେ ମାଟି ଫିଲିଙ୍ଗ ପାଇଁ ଗୁପ୍ତରେ ଟେଣ୍ଡର ଆହ୍ୱାନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେବା ଖବର ପାିଁଇ କେନ୍ଦୁଝର ଡିଏସପି ଦେବଦତ୍ତ ସେଠ ନେତୃତ୍ୱରେ ଏକ ଟିମ ତଦନ୍ତ କରୁଥବବା ଜଣାଯଇଛିି ।