ଗଞ୍ଜାମ- ଗଜପତିରେ ଭୂକମ୍ପ ଝଟକା


ଗଞ୍ଜାମ- ଆଜି ସକାଳୁ ଗଞ୍ଜାମ-ଗଜପତି ଜିଲ୍ଲାରେ ୩ରୁ ୪ ସେକେଣ୍ଡର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ଥିଲା । ଲୋକେ ଭୟରେ ଘରୁ ବାହାରି ଆସିଥିଲେ । ଗଞ୍ଜାମ ପାତ୍ରପୁର, ଚିକିଟି ଓ ଦିଗପହଣ୍ଡି ଓ ଗଜପତିର ମୋହନା, ଅଡବା, ଆର. ଉଦୟଗିରିରେ ମଧ୍ୟ ଏହି ଝଟକା ଅନୁଭୂତ ହୋଇଥିଲା । ସକାଳ ୭.୧୦ମିନିଟ୍ରେ ଭୂକମ୍ପ ହୋଇଥିବା ଅନୁମେୟ କରାଯାଉଛି । ଏପର୍ଯ୍ୟନ୍ତ କାହାର କିଛି କ୍ଷତି ହୋଇନାହିଁ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

twelve + 6 =