ଉପର ମୁହାଁ କରୋନା ମୃତ୍ୟୁ ସଂଖ୍ୟା: ଦିନକରେ ଆଖି ବୁଜିଲେ ୧୨ ଆକ୍ରାନ୍ତ


ଭୁବନେଶ୍ୱର- କରୋନା ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ । ଗତ ୨୪ ଘଂଟାରେ ୧୨ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ବର୍ତମାନ ସୁଦ୍ଧା ରାଜ୍ୟରେ କରେନା ଜନିତ ମୃତ୍ୟୁ ସଂକ୍ୟା ୨୫୯କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ୧୨ ମୃତକଙ୍କ ମଧ୍ୟରୁ ବରଗଡର ୬୦ ବର୍ଷୀୟ ବୃଦ୍ଧ ଯେ ଡାଇବେଟିସ ଓ ଉଚ୍ଚରକ୍ତଚାପରେ ପୀଡିତ ଥିଲେ, ୫୫ ବର୍ଷୀୟ ମହିଳା, ପୂର୍ବର୍ରୁ ମଧୁମେହ ଓ ଉଚ୍ଚରକ୍ତଚାପରେ ପୀଡିତ ଥିଲେ, ଭୁବନେଶ୍ୱରର ୬୭ ବର୍ଷୀୟ ବୃଦ୍ଧ ଉଚ୍ଚରକ୍ତ ଚାପରେ ପୀଡିତ ଥିଲେ, ବାଲେଶ୍ୱରର ୫୭ ବର୍ଷୀୟ ଯୁବକ ଯିଏକି ପୂର୍ବରୁ ଡାଇବେଟିସ ରୋଗରେ ଆକ୍ରାନ୍ତ ଥିଲେ, ସେହିପରି କନ୍ଧମାଳର ୫୫ ବର୍ଷୀୟ ଯୁବକ , ପୂର୍ବରୁ ଡାଇବେଟିସରେ ଆକ୍ରାନ୍ତ ଥିଲେ, ଅନ୍ୟ ଜଣେ ସେହି କନ୍ଧମା ଜିଲ୍ଲାର ପୂର୍ବରୁ ମଧ୍ୟ ସେ ଡାଇବେଟିସରେ ଆକ୍ରାନ୍ତ ଥିଲେ, କେନ୍ଦୁଝରର ୭୯ ବର୍ଷୀୟ ବୃଦ୍ଧା ଯିଏ ଉଚ୍ଚରକ୍ତଚାପରେ ପୀଡିତ ଥିଲେ, ଗଜପତିର ୫୯ ବର୍ଷୀୟ ବୃଦ୍ଧା , ପୂର୍ବରୁ ଡାଇବେଟିସ ଓ ହାର୍ଟ ରୋଗରେ ଆକ୍ରାନ୍ତ ଥିଲେ, ଗଞ୍ଜାମର ୬୧ ବର୍ଷୀୟ ବୃଦ୍ଧା ମହିଳା, ଉଚ୍ଚରକ୍ତଚାପ ଓ ଡାଇବେଟିସରେ ଆକ୍ରାନ୍ତ ଥିଲେ, କେନ୍ଦୁଝରର ୬୦ ବର୍ଷୀୟ ବୃଦ୍ଧା , ସେ ପୂର୍ବରୁ ଉଚ୍ଚରକ୍ତଚରାପ ଓ ହୃତପିଣ୍ଡ ରୋଗରେ ଆକ୍ରାନ୍ତ ଥିଲେ, ଭୁବନେଶ୍ୱରର ୬୦ ବର୍ଷୀୟା ବୃଦ୍ଧା , ପୂର୍ବରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ, ଗଞ୍ଜମାର ୪୮ ବର୍ଷୀୟ ଯୁବକ ପୂର୍ବରୁ ଡାଉବେଟିସ ଓ ୟୁଟିଆଇ ରୋଗରେ ଆକ୍ରାନ୍ତଥିଲେ । ମୃତ ବରଣ କରିଥିବା ୧୨ ଆକ୍ରାନ୍ତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.

one × 4 =