ଗଞ୍ଜାମରେ ପୁଣି ହେଲଥ ସ୍କ୍ରିନିଂ ଆରମ୍ଭ


ଗଞ୍ଜାମ- ରାଜ୍ୟର କରୋନା ହଟସ୍ପଟ ସାଜିଥିବା ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ପୁଣି ଥିରେ ହେଲଥ ସ୍କ୍ରିନଂ ଆରମ୍ଭ ହୋଇଛି । ପୂର୍ବରୁ ଏହି ଜିଲ୍ଲାରେ ୪ପର୍ଯ୍ୟାୟରେ ସ୍କ୍ରିନଂ କରାଯାଇଥିଲା ଓ ୨୦୦ ଡାକ୍ତର ନିଯୁକ୍ତି ହୋଇଥିଲେ । ଏଥର ମଧ୍ୟ ସମାନ ଡାକ୍ତର ସମିଲ ହୋଇଛନ୍ତି । ୫୦ ଜଣ ଡାକ୍ତର ବ୍ରହ୍ମପୁର ସହର ପାଇଁ ନିୟୋଜିତ ହୋଇଛନ୍ତି । ୧୫୦ ଡାକ୍ତର ଗଞ୍ଜାମ ଜିଲ୍ଲାର ଅନ୍ୟ ସହରାଚଂଳ ଗୁଡିକରେ ଘରକୁ ଘର ବୁଲି ହେଲଥ ସ୍କ୍ରିନଂ କରୁଛନ୍ତି । ଯେଉଁ ବ୍ୟକ୍ତିଙ୍କ ଠାରେ କରୋନା ଲକ୍ଷଣ ଦେଖିଦେବ ସେମାନଙ୍କ କୋଭିଡ ପରୀକ୍ଷା କରିବାକୁ ଡାକ୍ତରୀ ଟିମ୍ ନିର୍ଦେଶ ଦେବେ । ୪ ଦିନ ଧରି ଏହା ଚାଲିବ । ସମସ୍ତ ଡାକ୍ତର କଡାକଡି ଭାବେ ଅକ୍ସି ମିଟରରେ ଯାଂଚ କରବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ।

Leave A Reply

Your email address will not be published.

five × 4 =